
ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ଓଡ଼ିଶା ପଞ୍ଚାୟତରାଜ ବିଭାଗଙ୍କ ନିର୍ଦେଶ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥା ଆନୁକୁଲ୍ୟ ରେ ମଙ୍ଗଳ ବାର ହିଞ୍ଜିଳିକାଟୁ ବ୍ଲକ୍ ର ବିଭିନ୍ନ ପଞ୍ଚାୟତକୁ ବିକାଶ ରଥ ଗଡ଼ିଥିଲା। ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧକ୍ଷ ଏନ. ରଘୁନାଥ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଆଁର ରଥକୁ ପୂଜା କରିବା ସହ ପତାକା ଦେଖାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ବ୍ଲକ୍ ଅନ୍ତର୍ଗତ ୫ଟି ପଞ୍ଚାୟତକୁ ରଥ ବୁଲି ରାଜ୍ୟ ସରକାରଙ୍କ ଦ୍ଵାରା ପଞ୍ଚାୟତ ସ୍ତର ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ମନରେଗା, ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା, ସ୍ୱଚ୍ଛ ଓଡ଼ିଶା, ଜୀବିକା ମିଶନ ଇତ୍ୟାଦି ଯୋଜନା ସମ୍ପର୍କରେ ସଚେତନା କରିବା ଉଦ୍ଦେଶ୍ୟ ରେ ଏହି ରଥର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ, ସମିତିସଭ୍ୟ, ଯନ୍ତ୍ରୀ, ଆନ୍ୟନ ସଭ୍ୟ ମାନେ ଉପସ୍ଥିତ ଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।