ବ୍ରହ୍ମପୁର- ଗଂଜାମ ଜିଲ୍ଲା ପାଲିଆ ଛତ୍ରପୁର ରେ ଆଜି ସକାଳୁ ସକାଳୁ ଗୋଟିଏ ଘରେ ତିନି ଜଣଙ୍କ ମୃତ ଦେହ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ସମଗ୍ର ଛତ୍ରପୁର ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ମା ଝିଅ ଙ୍କ ଶବ ତଳେ ପଡିରହିଥିବା ବେଳେ ବାପାଙ୍କ ଶବ ଝୁଲନ୍ତା ଅବସ୍ଥାରେ ମିଲିଛି । ପାରିବାରିକ କଲହରୁ ଏମିତି ହୋଇଥାଇପରେ ବୋଲି ସନ୍ଦେହ କରାଯାଉଛି ।ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ପରେ ବାପା ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ଏ ସମ୍ପର୍କରେ ସୂଚନା ପାଇବା ପରେ ଛତ୍ରପୁର ପୋଲିସ ସମେତ ଗଂଜାମ ଏସପି ଘଟଣା ସ୍ଥଳ ରେ ପହଂଚି ଯାଂଚ ଚଳାଇଛନ୍ତି । ମୃତ୍ୟୁ ର କାରଣ ଜଣା ପଡିନଥିବା ବେଳେ ଏକା ଥରକେ ତିନି ଜଣଙ୍କ ମୃତ୍ୟ କେମିତି ଘଟିଲା ତାହା ବର୍ତମାନ ବଡ଼ ସନ୍ଦେହ ସୃଷ୍ଟି କରୁଛି ।ଘଟଣା ସ୍ଥଳରେ ସାଇଂଟିଫିକ ଟିମ ମଧ୍ୟ ଅନୁସନ୍ଧାନ ତଦନ୍ତ ଜାରି ରଖିଛନ୍ତି ।