ଭୁବନେଶ୍ୱର– ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଶିକ୍ଷକ ନିଯୁକ୍ତି ସମ୍ପର୍କରେ ପ୍ରକାଶ ପାଇଥିବା ବିଜ୍ଞାପନକୁ ନେଇ ଆଜି ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିଲା । ଏହି ବିଜ୍ଞାପନକୁ ବାତିଲ କରିବାପାଇଁ ଦାବି କରାଯାଇଥିଲା ।
ବୁଧବାର ଶୂନ୍ୟକାଳରେ ବିଜେପି ବିଧାୟକ ନାଉରୀ ନାୟକ ଏହି ପ୍ରସଙ୍ଗ ଉଠାଇ ଅଭିଯୋଗ କରିଥିଲେ ଯେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାନଙ୍କରେ ପିଲାମାନେ ଏହି ନିଯୁକ୍ତି ପାଇଁ ନିଜ ନିଜ ଜିଲ୍ଲାରେ ଆବେଦନ କରିପାରିବେ ।ମାତ୍ର ସମ୍ବଲପୁର ଜିଲ୍ଲାପାଇଁ ଯେଉଁ ବିଜ୍ଞାପନ ପ୍ରକାଶ ପାଇଛି ସେଥିରେ ସାରା ରାଜ୍ୟର ପିଲ।।ମନେ ଆବେଦନ କରିପାରିବେ । ଏହା ଏକ ବ୍ୟତୀକ୍ରମ ହୋଇଥିବାରୁ ପ୍ରକାଶିତ ହୋଇଥିବା ବିଜ୍ଞାପନକୁ ବାତିଲ କରାଯାଉ । ସମ୍ବଲପୁର ଜିଲ୍ଲାପାଇଁ ସେହି ଜିଲ୍ଲାର ପିଲାମାନେ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ କରଯାଉ ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଜେପି ବିଧାୟକଙ୍କୁ ଦାବିରେ ସହମତ ହୋଇ ଜିଲ୍ଲା ଭିତିକ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଥିଲେ ।
ବାଚସ୍ପତି ଏହା ଉପରେ ଆଲୋଚନା କରିବାପାଇଁ ବିଭାଗୀୟ ଅଫିସରଙ୍କୁ ଡାକି ବୈଠକ କରିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁମାନେ ଜାଲ୍ ସାର୍ଟିଫିକେଟ୍ ଆଣି ନିଯୁକ୍ତି ପାଉଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ ।