ଭୁବନେଶ୍ୱର। ରାଜ୍ୟସଭା ନିର୍ବାଚନ ପାଇଁ ସଂଖ୍ୟା ଗଣିତରେ ଆମର ସାମର୍ଥ୍ୟ ନାହିଁ। ତେବେ କାହାକୁ ସମର୍ଥନ ଦେଵୁ କି ବିରତ ରହିଵୁ, ତାହା ହାଇକମାଣ୍ଡ ଓ ପିସିସି ସଭାପତି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ରାଜ୍ୟସଭା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶ୍ରୀ ବାହିନୀପତି ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି ।
ସେ କହିଛନ୍ତି ଯେ କେଉଁ ପରିସ୍ଥିତିରେ ଗତ ଥର ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ କାହିଁକି ବିଜେଡି ଆସନ ଛାଡି ଥିଲା ତାହାର ଉତ୍ତର ରାଜ୍ୟ ସରକାର ଦେବା ଦରକାର । ଯଦି ରାଜ୍ୟ ସ୍ୱାର୍ଥରେ ଏହି ଆସନକୁ ଛ଼ଡା ଯାଇଥିଲା ତେବେ ସେ ସ୍ୱାର୍ଥଟି କଣ ଥିଲା , ତାକୁ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି ।