ଭୁବନେଶ୍ୱର। ରାଜ୍ୟସଭା ନିର୍ବାଚନର ଏତେ ଆଗରୁ ପୂର୍ବାନୁମାନ କରିବା ସମୀଚିନ ହେବ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ । ରାଜ୍ୟସଭା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶ୍ରୀ ସେଠୀ ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟସଭା ଆସନ ରାଜନୈତିକ ପଶାପାଲିର ଖେଳ। ସଂଖ୍ୟା ନଥାଇ ବି ଦିଲ୍ଲୀପ ରାୟଙ୍କ ଭଳି ନେତା ରାଜ୍ୟ ସଭାକୁ ଯିବାର ନଜିର ଅଛି। ଏହା ଅଦୃଶ୍ୟ ଶକ୍ତିର ଖେଳ। ତେଣୁ ଏହା ଅପ୍ରତ୍ୟାଶିତ ବୋଲି ସେ କହିଛନ୍ତି ।