-
ଓଡିଶାର ·ରୋଟି ସମେତ ଦେଶର ୫୫ଟି ରାଜ୍ୟସଭା ଆସନ ପାଇଁ
-
ମାର୍ଚ ୬ ରେ ପ୍ରକାଶିତ ହେବ ବିଜ୍ଞପ୍ତି
ଭୁବନେଶ୍ୱର- ଆସନ୍ତା ମାର୍ଚ୍ଚ ୨୬ରେ ରାଜ୍ୟସଭାର ୫୫ଟି ଆସନ ପାଇଁ ହେବ ନିର୍ବାଚନ ଅନୁÂିତ ହେବ । ମଙ୍ଗଳବାର ଦିନ ଭାରତୀୟ ନିର୍ବାଚନ କମିଶନ ଏ ସମ୍ପର୍କରେ ତାରିଖ ଘୋଷଣା କରିଛନ୍ତି । ଏହି ୫୫ଟି ରାଜ୍ୟସଭା ଆସନ ମଧ୍ୟରୁ ·ରୋଟି ଆସନ ଓଡିଶାର ରହିଛି ।
ମିଳିଥିବା ସୂଚନା ଅନୁସାରେ ଏହି ରାଜ୍ୟସଭା ନିର୍ବାଚନ ପାଇଁ ମାର୍ଚ୍ଚ ୬ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାସହ ମାର୍ଚ୍ଚ ୧୩ ତାରିଖରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ମାର୍ଚ୍ଚ ୨୬ ତାରିଖରେ ରାଜ୍ୟସଭାର ୫୫ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ସକାଳ ୯ଟାରୁ ଅପରାହ୍ଣ ୪ଟା ମଧ୍ୟରେ ଭୋଟ୍ ଗ୍ରହଣ ହେବା ସହ ସଂଧ୍ୟା ୫ଟାରେ ଫଳାଫଳ ଘୋଷଣା ହେବ । ଏହାସହ ମାର୍ଚ୍ଚ ୩୦ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ।
୧୭ଟି ରାଜ୍ୟର ୫୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେବାକୁ ଯାଉଛି ତନ୍ମଧ୍ୟରୁ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ରହିଛି ।
ସୂଚନାଯୋଗ୍ୟ, ଲୋକସଭା ସାଂସଦ ହେବା ପରେ ଅନୁଭବ ମହାନ୍ତିଙ୍କ ରାଜ୍ୟସଭା ଆସନ ଖାଲିପଡ଼ିଛି । ସେହିପରି ବିଜେଡି ନେତା ନରେନ୍ଦ୍ର କୁମାର ସ୍ୱାଇଁ , ସରୋଜିନୀ ହେମ୍ବ୍ରମ୍ ଏବଂ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଓଡ଼ିଶାର ୪ଟି ଆସନ ପାଇଁ ଏହି ନିର୍ବାଚନ ହେବ ।