କେନ୍ଦୁଝର- ଜଣେ ହିତାଧିକାରୀଙ୍କ ଘର ପାଇଁ ମାପ କରିବା କହି ୩ ହଜାର ଟଙ୍କା ଲାଂଚ ନେଉଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଜଣେ ଏଆରଆଇ ଧରା ପଡିଛନ୍ତି । ଏଆରଆଇ ଜଣକ ନାମ ହେଲା ରାମେଶ୍ୱର ମାରାଣ୍ଡି । ସେ ବଡ଼ବିଲ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ କାର୍ଯ୍ୟ କରନ୍ତି ।
ମିଳିଥିବା ସୂଚନା ଅନୁସାରେ କାର୍ଯ୍ୟାଳୟ ପରିସରରେ ଖବର ପାଇ କେନ୍ଦୁଝର ଭିଜିଲାନ୍ସ ବିଭାଗ ଏଆରଆଇଙ୍କୁ ଟଙ୍କା ସହ ଧରିବାକୁ ସଫଳ ହୋଇଛନ୍ତି । ବିଭାଗ ପକ୍ଷରୁ ଏକ ସଙ୍ଗେ ତାଙ୍କ ତହସିଲ କାର୍ଯ୍ୟାଳୟ ଓ ଘରେ ଚଢାଉ କରାଯାଇ ଥିବା ଜଣା ପଡ଼ିଛି ।