ଭୁବନେଶ୍ୱର- ମଙ୍ଗଳବାର ଧାନ କିଣା ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁଁ ବିଧାନସଭା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଗୃହକୁ ସ୍ୱାଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା । ବୈଠକ ପରେ ବାଚସ୍ପତି ଶ୍ରୀ ପାତ୍ର ବିଧାନସଭାରେ ସୂଚନା ଦେଇ କହିଥିଲେ ଯେ ରାଜ୍ୟରେ ଟୋକେନ୍ ମାଧ୍ୟମରେ ଧାନ କିଣା ସମ୍ପର୍କରେ ଯେଉଁ ସମସ୍ୟା ଉପୁଜିଛି ସେନେଇ ପୁଣି ଥରେ ସର୍ବଦଳୀୟ ବୈଠକ ହୋଇଥିଲା ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଜିଲ୍ଲାୱାରୀ ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି । ମୁଁ ଆଶା କରୁଛି ସଦସ୍ୟମାନଙ୍କ ସହିତ ଆଲୋଚନାକୁ ଭିତି କରି ମନ୍ତ୍ରୀ କାର୍ଯ୍ୟାନୁÂାନ ପାଇଁ ପଦକ୍ଷେପ ନେବେ ।
ରାଜ୍ୟରେ ରେଜିଷ୍ଟ୍ରିଭୁକ୍ତ ଚାଷୀର ଧାନ ସରକାରଙ୍କ ନିଷ୍ପତି ଅନୁଯାୟୀ ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା କିଣାଯିବ । ଉପରୋକ୍ତ ଚାଷୀ ମାନଙ୍କୁ ୩୧ ମାର୍ଚ୍ଚ ୨୦୨୦ର ଯଥେଷ୍ଟ ପୂର୍ବରୁ ଟୋକେନ୍ ଦିଆଯାଉ । ଆଜି ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଉପରେ ଆଲୋଚନା ଅଛି । ତେଣୁ ସେ ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ଭାଗ ନେବାକୁ ସେ ଅନୁରୋଧ କରିଥିଲେ । ଏହା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା ।