ଭୁବନେଶ୍ୱର- ପ୍ରଧାମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) , ବିଜୁ ପକ୍କା ଘର ଯୋଜନା ତଥା ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଆଦି କାର୍ଯ୍ୟକ୍ରମରେ ଗତ ୨୦୧୪-୧୫ ଆର୍ଥିକ ବର୍ଷରୁ ଚଳିତ ଜାନୁରଆରୀ ୩୧ ତାରିଖ ପର୍ଯ୍ୟନ୍ତ ମୋଟ ୨୪ ଲକ୍ଷ ୪୩ ହଜାର୧୪୯ ଟି ଗୃହ ନିର୍ମାଣ କରାଯାଇଛି ବୋଲି ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
ସଭ୍ୟ ସୌମ୍ୟ ରଂଜନ ପଟ୍ଟନାୟକ ବିଧାନସଭାରେ ଉଠାଇଥିବା ଏସମ୍ପର୍କିତ ପ୍ରଶ୍ନର ଲିଖିତ ଉତରରେ ମନ୍ତ୍ରୀ ଜଣାଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ମୋଟ ୧୦,୩୮,୫୭୬ ଟି ଗୃହ ନିର୍ମାଣ ହୋଇଥିବା ବେଳେ ଇନ୍ଦିରା ଆବାସ ଯୋଜନାରେ ୧୦,୬୧,୯୫୦ , ବିଜୁ ପକ୍କା ଘର ଯୋଜନାରେ ୨,୯୨,୧୬୨ , ବିଜୁ ପକ୍କା ଘର ଯୋଜନା (ତିତିଲି) ରେ ୫,୮୩୯ , ପକ୍କା ଘର ଯୋଜନା (ଖଣି) ରେ ୨୮,୦୧୭ଟି , ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ୧୫,୬୬୩ଟି ଏବଂ ମତ୍ସ୍ୟଜୀବୀ ବାସଗୃହ ଯୋଜନାରେ ୯୪୨ ଟି ଗୃହ ନିର୍ମାଣ ହୋଇଛି ।
ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ବର୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୈାଜନା , ବିଜୁ ପକ୍କା ଘର ଯୋଜନା ଏବଂ ନିର୍ମାଣ ଶ୍ରମିକ ଯୋଜନାରେ ମୋଟ ୧୮,୪୨,୦୫୩ ଟି ପରିବାକୁ ପକ୍କା ଘର ନିର୍ମାଣ ପାଇଁ ମଂଜୁରୀ ମିଳିଥିବା ବେଳେ ୧୮,୩୩,୭୫୬ ପରିବାରକୁ ଗୃହ ନିର୍ମାଣ ଲାଗି ସହାୟତା ମିଳିଛି ।