କେନ୍ଦ୍ରାପଡ଼ା – କେନ୍ଦ୍ରାପଡା କୋର୍ଟ ଓ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ବାରୁଅଠାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ ଓ ବାରିମୂଳ ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ମଙ୍ଗଳବାର ମାନ୍ୟବର ବୃକ୍ଷରୋପଣ କରାଯାଇଥିଲା । ମାନ୍ୟବର ଜିଲ୍ଲା ଦୌରାଜଜ୍ ବାସୁଦେବ ପଣ୍ଡା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଆଇନ ସେବା ପ୍ରାଧିକରଣ ସଚିବ ମଳୟ କୁମାର ପ୍ରଧାନଙ୍କ ସହ ଜିଲ୍ଲାର ସମସ୍ତ କୋର୍ଟର ବିଚାରପତିମାନେ ଓ ଓକିଲ ସଂଘର ସଭାପତି ଧଋବ ଚରଣ ଜେନା ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ବକ୍ତବ୍ୟ ରଖଥିଲେ ।
Related Stories
November 24, 2024
November 24, 2024