ଭୁବନେଶ୍ୱ -ଧାନ କିଣା ନେଇ ବାଚସ୍ପତି ବିଭିନ୍ନ ସମୟରେ ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇନାହିଁ । ସରକାରଙ୍କ ଉପରେ ଆମର ଭରସା ନାହିଁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।
ଧାନ କିଣା ବେଳେ ମିଲ୍ ମାଲିକ ବା ମଧ୍ୟସ୍ତି ଉପସ୍ଥିତ ରହିପାରିବେ ନାହିଁ । ମାତ୍ର ବାସ୍ତବ କ୍ଷେତ୍ରରେ ତାର ଓଲଟା ହେଉଛି । ମିଲର ମାନେ ନଆସିଲେ ଧାନ କିଣାଯାଉ ନାହିଁ । ଡିସ୍ କଲର ହୋଇଥିବା ଧାନ ଗୁଡିକ ମଧ୍ୟ କିଣାଯାଉ । ଯେପର୍ଯ୍ୟନ୍ତ ଏସବୁ ଧାନ ନକିଣାଯାଇଛି ଏବଂ ସମସ୍ୟାର ସମାଧାନ ନହୋଇଛି ବିଧାନସଭା ଅଚଳ ହେବ । ସେହିପରି ପଂଜୀକରଣ ତାରିଖ ବୃଦ୍ଧି ପାଇଁ ସେ ଦାବି କରିଛନ୍ତି ।
ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଲେ ଯେ ସବୁ ଚାଷୀଙ୍କୁ ପଂଜୀକୃତ କରାଯାଉ । ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଚାଷୀଙ୍କ ଠାରୁ ସବୁ ଧାନ କିଣାଯାଉ । ସୁବାସ ପାଣିଗ୍ରାହୀ କହିଥିଲେ ଯେ ଦେବଗଡ ଜିଲ୍ଲାରେ ବହୁ ଚାଷୀ ଟୋକେନ୍ ପାଇ ନାହାନ୍ତି । ଯେଉଁମାନେ ପାଇଛନ୍ତି ତାଙ୍କ ଠାରୁ ଧାନ କିଣାନଯାଉ । ଏହି ଆଲୋଚନାରେ ଭାଗ ନେଇ ମୁକେଶ ମହାଲିଙ୍ଗ ଓ ଭାସ୍କର ମଢେଇ କହିଥିଲେ ଯେ ଲାନ୍ ଓ ପ୍ୟାକ୍ସ ଗୁଡିକରେ ସିସିଟିଭି ବ୍ୟବସ୍ଥା କରାଯାଉ । ଆରଏମସି ଭିତିଭୂମି ପାଇଁ ୩୮ ଟଙ୍କ । ନେଉଥିବା ବେଳେ ପ୍ୟାକ୍ସ ୩୫ ଟଙ୍କା ନେଉଛି । କଟନୀ ଛଟନୀ ବ୍ୟବସ୍ଥାକୁ ବନ୍ଦ କରିବାକୁ ସେମାନେ ଦାବି କରିଥିଲେ ।
କ ପରେ ବାଚସ୍ପତି ଶ୍ରୀ ପାତ୍ର ବିଧାନସଭାରେ ସୂଚନା ଦେଇ କହିଥିଲେ ଯେ ରାଜ୍ୟରେ ଟୋକେନ୍ ମାଧ୍ୟମରେ ଧାନ କିଣା ସମ୍ପର୍କରେ ଯେଉଁ ସମସ୍ୟା ଉପୁଜିଛି ସେନେଇ ପୁଣି ଥରେ ସର୍ବଦଳୀୟ ବୈଠକ ହୋଇଥିଲା ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଜିଲ୍ଲାୱାରୀ ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି । ମୁଁ ଆଶା କରୁଛି ସଦସ୍ୟମାନଙ୍କ ସହିତ ଆଲୋଚନାକୁ ଭିତି କରି ମନ୍ତ୍ରୀ କାର୍ଯ୍ୟାନୁÂାନ ପାଇଁ ପଦକ୍ଷେପ ନେବେ ।