‘ସିଂହାସନ’ ନାମକ ନାଟକରେ ସଞ୍ଜୟ ପଣ୍ଡା, ପ୍ରଦୀପ ଚାଟାର୍ଜୀ, ସ୍ନିଗ୍ଧା
ସାମନ୍ତରାୟ, ଡକ୍ଟର ସାରଙ୍ଗଧର ତ୍ରିପାଠୀ, ପ୍ରଭାକର ସାହୁ ଓ ମୁଖ୍ୟ ଭୂମିକାରେ ବରିଷ୍ଠ ସାରସ୍ବତ ସାଧକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ଅଭିନୟ କରିଥିଲେ।
‘ଓଡିଆ ଭାଷା ବିକାଶ ଅାନ୍ଦୋଳନ’ ତରଫରୁ ଚାନ୍ଦିପୁରସ୍ଥ ରାଧାକୃଷ୍ଣ ମନ୍ଦିର ପରିସରରେ ଦିବସବ୍ୟାପୀ ସାହିତ୍ୟଚର୍ଚ୍ଚା ଓ ସାରସ୍ବତ ବଣଭୋଜି ଅନୁଷ୍ଠିତ ହୋଇଥିଲା। ପ୍ରାୟ ୩୫
ଜଣ କବିଙ୍କ ଉପସ୍ଥିତିରେ ‘ଚାଲ ଅାମେ ବୋହିଯିବା ନଦୀ ପରି’ ଶୀର୍ଷକରେ ଏକତ୍ର କବିତାର ଏକ ଅଭିନବ ଅାସର ଅନୁଷ୍ଠିତ ହୋଇଥିଲା। ତପନ ରାୟଙ୍କ ସଂଯୋଜନାରେ ସେସବୁ କବିତା ପାଠ କରା ଯାଇଥିଲା। କବିମାନଙ୍କ ମଧ୍ୟରେ ଅଞ୍ଜଳି ପଣ୍ଡା, ଜ୍ୟୋତ୍ସ୍ନା ରାୟ, ଡ. ଶିରୀଶ ଚନ୍ଦ୍ର ଜେନା, ଡ. ରମାକାନ୍ତ ବେହେରା, କଲ୍ୟାଣୀ ନନ୍ଦ, ସଞ୍ଜୟ ପଣ୍ଡା, ସୁବ୍ରତା ମହାନ୍ତି, ଅବନ୍ତୀ ପ୍ରଧାନ, ଶାନ୍ତିଲତା ପଣ୍ଡା, ଦେବାଶିଷ ସିଂ, ତୃପ୍ତିଲତା ପାତ୍ର, ମମତା ଦାସ, ସ୍ନିଗ୍ଧା ସମାନ୍ତରାୟ, ବାସନ୍ତି ଦେ, ଶ୍ରୀରୂପା ମଂଜରୀ ସେନ୍, ବାସନ୍ତି କର, ଦୀପକ ବୋଷ, ଡ. ହରିଶ୍ଚନ୍ଦ୍ର ବେହେରା, ବିମଳ ଜେନା, ଇଂ ବିଜୟ କୁମାର ମହାନ୍ତି, ଡ. ସାରଙ୍ଗଧର ତ୍ରିପାଠୀ, ନିବାରଣ ଜେନା, ଡ. ରତ୍ନାକର ସିଂହ, ମନସ୍ବିନୀ
ଦେବୀ, ପ୍ରଭାକର ସାହୁ, ଚିତ୍ରାରାଣୀ ପାତ୍ର, ତିଳୋତ୍ତମା ବେହେରା, ନିରୁପମା ସେଠୀ
ପ୍ରମୁଖ ସେମାନଙ୍କ ରଚିତ ଅାଶୁକବିତାକୁ ପାଠ କରିଥିଲେ।
ଶ୍ୟାମା ଚରଣ ଦାସ, ପ୍ରଦୀପ ଚାଟ୍ଟାର୍ଜୀ, ମନ୍ମଥ କୁମାର ସାହୁ, ଶରତ କୁମାର ମହାପାତ୍ର, ଅରୁଣା ରାୟ, ଡ. ଭାଗବତ ପ୍ରସାଦ ଦାସ, ଡାକ୍ତର ଚୋଧୁରୀ ସତ୍ୟବ୍ରତ
ନନ୍ଦ, ରଶ୍ମିରେଖା ପତି, ସ୍ବାତୀ ମୁଖାର୍ଜୀ, ସୁଶୋଭନ ଦେ ଓ ନିର୍ମଳା ମହାନ୍ତି ଓଡିଆ ଭାଷା ଓ ମାନସିକ ଅାନନ୍ଦ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ୧୦ଜଣ
ପ୍ରତିଭାବାନ କବିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ରାଧାକୃଷ୍ଣ ମନ୍ଦିରର ପୁରୋଧା ନରହରି ପଣ୍ଡାଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।ପରେ ପରେ କଲ୍ୟାଣୀ ନନ୍ଦଙ୍କ ନେତୃତ୍ୱରେ ଏକ ସମୂହ ସଂଗୀତ ଗାନ କରାଯାଇଥିଲା। ପ୍ରାନ୍ତସଂଗୀତ ଭାବରେ
ଦୀପକ୍ ବୋଷଙ୍କ ରଚିତ ବଣଭୋଜି ସଂଗୀତକୁ ସଙ୍ଗୀତଜ୍ଞ ସତ୍ୟରଞ୍ଜନ ମହାନ୍ତି ଓ ସାଥୀ ଗାନ କରିଥିଲେ। ଏହି ଅବସରରେ ଉପସ୍ଥିତ ସାହିତ୍ୟିକ ଓ ସାହିତ୍ୟିକାମାନେ ୧୦ ଗୋଟି
କୌତୁକାବହ ପ୍ରଶ୍ନର କୌତୁକପୂର୍ଣ୍ଣ ଉତ୍ତର ପ୍ରଦାନ କରିଥିଲେ।
ଶେଷରେ ସୁବ୍ରତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥି