କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚଉଦକୁଲାଟ ଗ୍ରାମର ଗୁଣ୍ଡିଚା ମନ୍ଦିରହାଟ ପଡିଆଠାରେ ରିଲାଏନ୍ସ ଫାଉଣ୍ଡେସନ ଓ ପିପିଏଲ ସହାୟତାରେ ଏକ ମୁର୍ତକା ସ୍ୱାସ୍ଥ୍ୟ କାର୍ଡ ବଂଟନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରିଲାଏନ୍ସ ଫାଉଣ୍ଡେସନ ଜିଲ୍ଲା ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଅଲେଖ ନାୟକ ରିଲାଏନ୍ସ ଫାଉଣ୍ଡେସନର ନିଶ୍ୁକ୍ଳ ସେବା ବିଷୟରେ ଲୋକମାନଙ୍କୁ ଜଣାଇଥିଲେ । ଏହି ଅବସରରେ ପିପିଏଲର ମ୍ୟନେଜର ବିଶ୍ୱଜିତ ନନ୍ଦ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ·ଷିମାନଙ୍କୁ ·ଷ ଜମିରେ ସାରର ବ୍ୟବହାର ଏବଂ ପରିମାଣ ସମ୍ପର୍କରେ ସଚେତନ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିଳମାଧବ ନନ୍ଦ ପ୍ରଶିକ୍ଷଣ ସଂଯୋଜକ ପିପିଏଲ ଉପସ୍ଥିତ ରହିଥିଲେ ।
Related Stories
November 24, 2024
November 24, 2024