ଭୁୁବନେଶ୍ୱର– ଚାଷୀ ସମସ୍ୟା ପ୍ରସଙ୍ଗରେ ବିରୋଧୀ ଦଳର ହଟ୍ଟଗୋଳ କାରଣରୁ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନ ଥିବା ବେଳେ ସେହି ସମାନ ପ୍ରସଙ୍ଗରେ ପୁଣି ଥରେ ହଟ୍ଟଗୋଳ କାରଣରୁ ବାଚସ୍ପତି ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଥିବା ବେଳେ ଗୃହକୁ ପୁଣି ଥରେ ଅଧ ଘଂଟା ପାଇଁ ମୁଲତବୀ ଘୋଷଣା କରିଥିଲେ ।
୧୧.୩୦ରେ ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ଦଳର ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଚାଲି ଆସି ନାରାବାଜୀ କରିବା ଆରମ୍ଭ କରି ଦେଇଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଚାଷୀ ମାରଣ ନାତି ଚାଲିବ ନାହିଁ ବୋଲି ସ୍ଲୋଗାନ ଦେଉଥିଲେ । ସେ ବାଚସ୍ପତିଙ୍କ ପୋଡିୟମ ଆଡକୁ ଅଗ୍ରସର ହେଉଥିଲେ । ବାଚସ୍ପତି ବିଧାୟକ ମାନଙ୍କୁ ସେମାନଙ୍କର ସିଟକୁ ଯିବା ପାଇଁ ବାରମ୍ବାର ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା । ୧୧.୩୨ରେ ବାଚସ୍ପତି କହିଲେ ଯେ ଗୃହର ସଠିକ ପରିଚାଳନା ପାଇଁ ସେ ତାଙ୍କ ପ୍ରକୋÂରେ ସର୍ବଦଳୀୟ ବୈଠକ ଡକାଉଛନ୍ତି । ଏଥି ସହିତ ସେ ଗୃହକୁ ଅଧ ଘଂଟା ଅର୍ଥାତ ୧୨.୦୨ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।