ଭୁବନେଶ୍ୱର– ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମହା ନିର୍ଦେଶକ ଅଭୟ । ପୋଲିସ ଆଇଜି (ମଡର୍ଣାଇଜେସନ) ରେଖା ଲୋହାନୀ ଏହି ମାମଲାର ତଦନ୍ତ କରିବେ ।
ଉଲ୍ଲେଖନୀୟ ଯେ ମିନାକ୍ଷୀଙ୍କ ଘର ସାମ୍ନାରେ ପାର୍କିଂକୁ ନେଇ ହୋଇଥିବା ଗଣ୍ଡଗୋଳ ଯୋଗୁଁ ତାଙ୍କ ପୁଅକୁ ପୋଲିସ ଗିରଫ କରିଥିଲା । ଏହି ଘଟଣାକୁ ନେଇ ମିନାକ୍ଷୀ ଫେବୃଆରୀ ୧୨ରେ ଏସପିଙ୍କୁ ସାକ୍ଷାତ କରିବାକୁ ଯାଇଥିବାବେଳେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଏମକେସିଜି ହସ୍ପିଟାରେ ଭର୍ତି କରାଯାଇଥିଲା । ଏହାପରେ ତାଙ୍କୁ କଟକ ଏସସିବି ମେଡିକାଲ୍ କୁ ସ୍ଥାନାନ୍ତରିତ କରାଯାଇଥିଲା । ଫେବୃଆରୀ ୧୪ରେ ଏସସିବିରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ଗୁରୁବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ମୃତ୍ୟୁ ଘଟିଥିଲା ।