ଭୁବନେଶ୍ୱର- ବିରୋଧୀ ଦଳ ଚାଷୀ, ଶ୍ରମିକ କୌଣସି ପ୍ରସଙ୍ଗରେ ଆଲୋଚନା ଚାହୁଁନାହାନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ବିରୋଧୀ ଦଳର ବିଧାୟକ ମାନଙ୍କ ଦ୍ୱାରା ଚାଷୀ ମାନଙ୍କ ସମସ୍ୟାକୁ ନେଇ ହଟ୍ଟଗୋଳ ପ୍ରସଙ୍ଗରେ ସାମ୍ବାଦିକ ମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ଶତପଥୀ ଏହା କହିଛନ୍ତି ।
ସେ କହିଛନ୍ତି ଯେ ସମସ୍ୟା ଚାଷୀଙ୍କ ନୁହେଁ, ବିରୋଧୀ ଦଳମାନଙ୍କ। ସେମାନେ ଚାଷୀ, ଶ୍ରମିକ କୌଣସି ପ୍ରସଙ୍ଗରେ ଆଲୋଚନା ଚାହୁଁନାହାନ୍ତି। ଏହି କଥା କାଳେ ବାହାରକୁ ଆସିଯିବ, ସେଥିପାଇଁ ଗୃହ ଅଚଳ କରୁଛନ୍ତି। ସରକାର ଚାଷୀଙ୍କ ପାଇଁ ସଚେତନ ଅଛନ୍ତି। କୃଷି ବଜେଟ ବି ଆସିଛି। ସେ କହିଛନ୍ତି ଯେ କାର୍ଯ୍ୟ ପରାମର୍ଶଦାତା କମିଟିରେ ଅନୁପାତରେ ସଦସ୍ୟ ରଖନ୍ତି ବାଚସ୍ପତି। ବିରୋଧୀ।ଏହି ପ୍ରସଙ୍ଗ କାହିଁକି ଉଠାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।