ରାଇରଙ୍ଗପୁର – ଝାରାଡିହି ହାଟ ପଡ଼ିଆଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ତମ ଜନ୍ମ ମହା ମହୋତ୍ସବ ମହା ଆଡ଼ମ୍ବରରେ ଅନୁÂିତ ହୋଇଯାଇଛି । ବ୍ରାହ୍ମ ମୁହୂର୍ତରେ ବେଦ ମାଙ୍ଗଳିକ, ୪ଟା ୩୦ରେ ଭଗା କୀର୍ତନ, ୬ଟା ୧୩ ମିରେ ସମବେତ ଉଷା ବିନତୀ ପ୍ରାର୍ଥନା ଓ ସତ୍ଗ୍ରନ୍ଥ ପାଠ କରାଯାଇଥିଲା । ୯ ଘଟିକା ସମୟରେ ସୁଶୋଭିତ ବର୍ଣ୍ଣାଢ଼୍ୟ ରଥ ଦ୍ୱାରା ଶ୍ରୀ ଶ୍ରୀ ଠାକୁର ବିଗ୍ରହ ଝାରାଡିହି ନଗର ପରିକ୍ରମା କରିଥିଲା ।
୧୧.୩୦ମି.ରେ ସତ୍ସଙ୍ଗ ଓ ସଦାଲୋଚନା ଅନୁÂିତ ହୁଏ । ଏଥିରେ ବରିÂ ରିତ୍ୱିକ ନାରାୟଣ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ସୁରେଶ ଚନ୍ଦ୍ର ମହାନ୍ତି ଧର୍ମଯାଜକ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ନିଗମାନନ୍ଦ ପଟ୍ଟନାୟକ, ଗୋଲକ ବିହାରୀ ଆଚାର୍ଯ୍ୟ ଓ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରୁ ରାଜ କିଶୋର ମହାନ୍ତ (ପ୍ରଧାନ ଶିକ୍ଷକ), ଗୋପାଳ ଚନ୍ଦ୍ର ସାହୁ (ଅବସରପ୍ରାପ୍ତ ଶିକ୍ଷକ) ଓ ଶାସ୍ୱତ ପୁଲକ ପାଲ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ ସ୍ଥାନୀୟ ଧର୍ମଯାଜକ ରମାକାନ୍ତ ସ୍ୱାଇଁ । ସତ୍ୟାନୁସ୍ରଣ ପାଠ କରିଥିଲେ ଲଛମନ ଗିରି (ଯାଜକ), ନାରୀର ନୀତି ପାଠ କରନ୍ତି ସାରଙ୍ଗଧର ମିଶ୍ର । ଭଜନ ଓ କୀର୍ତନ ପରିବେଷଣ କରିଥିଲେ କମଳାକାନ୍ତ ମହାନ୍ତ, ମନ୍ମଥ କୁମାର ମହାନ୍ତ, ବିଭୂତି ଜ୍ୟୋତିଷୀ, ନବୀନ ଆଚାର୍ଯ୍ୟ, ମିହିର କୁମାର ମହାପାତ୍ର, ଉର୍ମିଳା ଆଚାର୍ଯ୍ୟ, ରାମେଶ୍ୱର ସାହୁ ଓ ବାଦ୍ୟକାର ନୃସିଂହ ଚରଣ ଗିରି ପ୍ରମୁଖ ।
ବକ୍ତାମାନେ ଶ୍ରୀ ଶ୍ରୀ ଠାକୁରଙ୍କର ଦିବ୍ୟ ଜନନୀ ଆଲୋଚନା କରିବା ସହିତ ଗୁରୁ ଗ୍ରହଣର ପ୍ରୟୋଜନ ଓ ଆଦର୍ଶ ପରିବାର ଜୀବନ ଗଠନ ଉପରେ ବିଶେଷ ଭାବରେ ଗୁରୁତ୍ୱ ଦେଇଥିଲେ । ଏହି ଉତ୍ସବରେ ବାମନଘାଟି ଓ ପାଂଚ ପୀଢ଼ ଉପଖଣ୍ଡ ତଥା ଝାଡ଼ଖଣ୍ଡ ସୀମାନ୍ତ ଅଂଚଳରୁ ପ୍ରାୟ ୩ ଶହରୁ ଉଦ୍ଧ୍ୱର୍ ଭକ୍ତ ଯୋଗଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସୁଧନ୍ୟା ପୃଷ୍ଟି, ପରିତୋଷ ମଣ୍ଡଳ, ସନ୍ତୋଷ ମୋଦକ, ଅଜୟ କୁମାର ବାରିକ, କାଳୀଚରଣ ମହାନ୍ତ, ଦିଲ୍ଲୀପ ମୋଦକ, ଗିରିଶ କୁମାର ଥୟାଲ, ବାସୁଦେବ ସିଂ ପ୍ରମୁଖ ଉତ୍ସବକୁ ସଫଳ କରିବାରେ ସାହାଯ୍ୟ କରିଥିଲେ ସର୍ବଶେଷରେ ବହୁ ଭକ୍ତ ଦୀକ୍ଷା ଗ୍ରହଣ କରିବା ସହ ଉପସ୍ଥିତ ସମସ୍ତ ଭକ୍ତ ଆନନ୍ଦ ବଜାର ପ୍ରସାଦ ସେବନ କରିଥିଲେ । ଶେଷରେ ଭିକାରୀ ଚରଣ ସାହୁ (ଯାଜକ) ଧନ୍ୟବାଦ ଅର୍ପଣ କରିଥିଲେ ।