
ଭୁବନେଶ୍ୱର – କେନ୍ଦ୍ର ସରକାର ଶ୍ରମ ଆଇନ୍ର ଯେଉଁ ସଂଶୋଧନ କରିବାକୁ ଯାଉଛନ୍ତି ତାଦ୍ୱାରା ଅସ୍ଥାୟୀ କର୍ମଚାରୀମାନଙ୍କର କୌଣସି ଅଧିକାର ରହିବ ନାହିଁ ବୋଲି ଅଭିଯୋଗ କରିଛନ୍ତି ସିଟୁର ରାଜ୍ୟ ସଭାପତି ଜନାର୍ଦ୍ଧନ ପତି । ଇଣ୍ଡିଆନ ବ୍ୟାଙ୍କ ଟେମ୍ପୋରାରୀ ଏମ୍ପ୍ଲଇଜ ୟୁନିୟନ, ଓଡ଼ିଶାର ଦ୍ୱିତୀୟ ତୈ୍ରବାର୍ଷିକ ସମ୍ମିଳନୀ ଭୁବନେଶ୍ୱରଠାରେ ଅନୁÂିତ ହୋଇଯାଇଛି । ସମ୍ମିଳନୀକୁ ଉଦ୍ଘାଟନ କରି ସିଟୁର ରାଜ୍ୟ ସଭାପତି ସାଥୀ ଜନାର୍ଦ୍ଧନ ପତି କହିଥିଲେ ଯେ, ଏହା ବିରୁଦ୍ଧରେ ବ୍ୟାପକ ଆନେ୍ଦାଳନ ଗଢି ତୋଳିବାକୁ ପଡ଼ିବ । ଇଣ୍ଡିଆନ ବ୍ୟାଙ୍କ ଏମ୍ପ୍ଲଇଜ ଫେଡେ଼ରେସନର ସର୍ବଭାରତୀୟ ସମ୍ପାଦକ ସାଥୀ ରଞ୍ଜନ ରାଜ କହିଥିଲେ ଯେ, ସାରା ଦେଶରେ କେବଳ ଇଣ୍ଡିଆନ ବ୍ୟାଙ୍କରେ ୪୦୦୦ରୁ ଉଦ୍ଧ୍ୱର୍ ଟେମ୍ପୋରାରୀ କର୍ମଚାରୀ ଦୀର୍ଘ ୨୦ ବର୍ଷ ଧରି କାମ କରି ଆସୁଛନ୍ତି । ସେମାନଙ୍କୁ ସ୍ଥାୟୀ କରିବା ପାଇଁ ଟି୍ରବୁନାଲର ନିଦେ୍ର୍ଧଶ ଥିଲେ ମଧ୍ୟ ବ୍ୟାଙ୍କ କର୍ତୃପକ୍ଷ ଲାଗୁ କରୁନାହାଁନ୍ତି । ଯଦି ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ବ୍ୟାଙ୍କ କର୍ତୃପକ୍ଷ କୌଣସି ନିଷ୍ପତି ନ ନିଅନ୍ତି ସାରା ଦେଶରେ ଇଣ୍ଡିଆନ ବ୍ୟାଙ୍କର କର୍ମଚାରୀମାନେ ଆନେ୍ଦାଳନକୁ ଓହ୍ଲାଇବେ ।
ଏହି ସମ୍ମିଳନୀକୁ ଏଓବିଇଏଫ୍ ସାଧାରଣ ସମ୍ପାଦକ ସାଥୀ ପ୍ରକାଶ ରାୟ, ସଭାପତି ସାଥୀ ସୁଶିଲ ଗିରି, ସିଟୁର ଗଞ୍ଜାମ ଜିଲ୍ଲା ସଭାପତି ସାଥୀ ପ୍ରତାପ ଚନ୍ଦ୍ର ଚୌଧୁରୀ, ଏଓବିଇଏଫ୍ର ଉପଦେଷ୍ଟା ସାଥୀ ପ୍ରଦୀପ ଷଡ଼ଙ୍ଗୀ, ଏବିଇସିସିର ସମ୍ପାଦକ ସାଥୀ ତ୍ରିନାଥ ସାହୁ ଓ ଅନ୍ୟମାନେ ଉଦ୍ବୋଧନ ଦେଇ ସଂଗଠନକୁ ସୁଦୃଢ କରିବା ପାଇଁ ଉପଦେଶ ଦେଇଥିଲେ ।