-
ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ଗୁଡ଼ି ପଡ଼ୱା, ନବରାତ୍ରୀ, ରାମନବମୀ, ହୋଲି ଓ ଭାରତୀୟ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ।
ମନ କି ବାତ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ମହାଶିବରାତ୍ରୀ ସହ ବି ଏବେ ବସନ୍ତ ଋତୁର ଶୋଭା ଦିନକୁ ଦିନ ବଢ଼ିଚାଲିବ । ଆଗାମୀ ଦିନରେ ହୋଲି ଉତ୍ସବ ଆଉ ତା’ପରେ ପରେ ‘ଗୁଡ଼ି ପଡ଼ୱା’ ମଧ୍ୟ ଆସିବ । ନବରାତ୍ରୀ ଉତ୍ସବ ମଧ୍ୟ ଏଗୁଡ଼ିକ ସହ ଯୋଡ଼ି ହୋଇଯିବ । ରାମନବମୀ ଉତ୍ସବ ମଧ୍ୟ ଆସିବ । ପର୍ବପର୍ବାଣୀଗୁଡ଼ିକ ଆମ ଦେଶର ସାମାଜିକ ଜୀବନର ଅଭିନ୍ନ ଅଙ୍ଗ । ପ୍ରତ୍ୟେକ ପର୍ବ ଭିତରେ ଏଭଳି କିଛି ନା କିଛି ସାମାଜିକ ସନେ୍ଦଶ ଲୁଚିରହିଥାଏ ଯାହା ଖାଲି ସମାଜକୁ ନୁହେଁ, ପୁରା ଦେଶକୁ ଏକତାର ସୂତ୍ରରେ ବାନ୍ଧିରଖିଥାଏ । ହୋଲି ପରେ ପରେ ଚୈତ୍ରଶୁକ୍ଳ ପ୍ରତିପଦାଠାରୁ ଭାରତୀୟ ବିକ୍ରମାଦ୍ଧ ଅନୁସାରେ ନୂତନ ବର୍ଷର ଆରମ୍ଭ ମଧ୍ୟ ହୋଇଥାଏ । ସେଥିପାଇଁ ମଧ୍ୟ ଭାରତୀୟ ନବବର୍ଷ ଉପଲକ୍ଷେ ବି ମୁଁ ଆପଣମାନଙ୍କୁ ଅଗ୍ରୀମ ଶୁଭକାମନା ଜଣାଉଛି ବୋଲି ସେ କହିଛନ୍ତି ।