-
ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ୟୁବିକା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଇସ୍ରୋର ବିଭିନ୍ନ କେନ୍ଦ୍ରରେ ମହାକାଶ ବିଜ୍ଞାନ ବିଷୟରେ ଶିକ୍ଷାଲାଭ କରିପାରିବେ । ରବିବାର ଦିନ ମନ କି ବାତ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ସେ ନମୋ ଆପ୍ରେ ଝାଡ଼ଖଣ୍ଡର ଧାନବାଦ ବାସିନ୍ଦା ପାରସଙ୍କ ପ୍ରତିକ୍ରିୟା ପଢ଼ିଛନ୍ତି । ଯୁବବନ୍ଧୁଙ୍କୁ ଇସ୍ରୋର ୟୁବିକା କାର୍ଯ୍ୟକ୍ରମ ସମ୍ପର୍କରେ ମୁଁ ଜଣାଇବା ପାଇଁ ସେ ଚାହୁଁଛନ୍ତି । ଯୁବବର୍ଗଙ୍କୁ ବିଜ୍ଞାନ ସହ ଯୋଡ଼ିବା ପାଇଁ ୟୁବିକା ଇସ୍ରୋର ଗୋଟିଏ ପ୍ରଶଂସନୀୟ ପ୍ରଚେଷ୍ଟା । ୨୦୧୯ରେ ଏହି କାର୍ଯ୍ୟକ୍ରମ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଥିଲା । ୟୁବିକାର ଅର୍ଥ ହେଲା – ଯୁବା ବିଜ୍ଞାନୀ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଆମର ଭିଜନ୍ – ଜୟ ଯବାନ୍, ଜୟ କିଷାନ୍, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନର ଅନୁରୂପ । ଏହି କାର୍ଯ୍ୟକ୍ରମରେ ନିଜ ପରୀକ୍ଷା ପରେ ଛୁଟିରେ ଛାତ୍ରଛାତ୍ରୀମାନେ ଇସ୍ରୋର ବିଭିନ୍ନ କେନ୍ଦ୍ରକୁ ଯାଇ ସ୍ପେସ୍ ଟେକ୍ନୋଲୋଜି, ସ୍ପେସ୍ ସାଇନ୍ସ ଏବଂ ସ୍ପେସ୍ ଆପ୍ଲିକେଶନ୍ ବିଷୟରେ ଶିକ୍ଷାଲାଭ କରନ୍ତି । ସେ କହିଛନ୍ତି ଯେ ଯଦି ଏକଥା ଜାଣିବାକୁ ଚାହୁଁଛନ୍ତି ଯେ, ଏହି ତାଲିମ କିଭଳି, କେଉଁ ପ୍ରକାରର ଏବଂ କେତେ ରୋମାଂଚକର(?) ତେବେ ଯେଉଁମାନେ ଗତଥର ଏଥିରେ ଅଂଶଗ୍ରହଣ କରିଛନ୍ତି, ସେମାନଙ୍କ ଅନୁଭୂତି ନିଶ୍ଚୟ ପଢ଼ନ୍ତୁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଯଦି କେହି ନିଜେ ଏଥିରେ ଭାଗନେବାକୁ ଚାହୁଁଛନ୍ତି, ତାହେଲେ ଇସ୍ରୋ ସହ ସଂଲଗ୍ନ ୟୁବିକାର ୱେବସାଇଟକୁ ଯାଇ ନିଜ ନାମ ମଧ୍ୟ ପଞ୍ଜିକୃତ କରାଇପାରନ୍ତି ।