-
ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ରକେଟ୍ ଲଂଚିଙ୍ଗ୍ ଦେଖିବା ପାଇଁ ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନିବେଦନ କରିଛନ୍ତି । ରବିବାର ଦିନ ମନ କି ବାତ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଆଜିକାଲି ଆମ ଦେଶର ପିଲାମାନଙ୍କ ମଧ୍ୟରେ, ଯୁବବର୍ଗଙ୍କ ମନରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହ ନିରନ୍ତର ଭାବେ ବଢ଼ିଚାଲିଛି । ମହାକାଶରେ ରେକଡର଼୍ ସଂଖ୍ୟକ ଉପଗ୍ରହ ପ୍ରେରଣ, ନୂଆ ନୂଆ ରେକଡର଼୍, ନୂଆ ନୂଆ ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କ ମନ ଗର୍ବରେ ଭରିଦିଏ । ଚନ୍ଦ୍ରଯାନ-୨ ସମୟରେ ଯେତେବେଳେ ମୁଁ ବେଙ୍ଗାଲୁରୁରେ ଥିଲି, ସେତେବେଳେ ପିଲାମାନଙ୍କ ଉତ୍ସାହ ଦେଖିଲା ଭଳି ଥିଲା । ସେମାନଙ୍କ ଆଖିରେ ନିଦ ନ ଥିଲା । ସେମାନେ ସାରା ରାତି ଉଜାଗର ରହିଥିଲେ । ସେଥିରେ ବିଜ୍ଞାନ କାରିଗରୀବିଦ୍ୟା ଓ ନବୋନ୍ମେଷକୁ ନେଇ ଯେଉଁ ଉତ୍ସୁକତା ଥିଲା ତାହା ଆମେ କେବେହେଲେ ଭୁଲିପାରିବା ନାହିଁ । ପିଲା ଏବଂ ଯୁବବର୍ଗଙ୍କ ଏହି ଉତ୍ସାହକୁ ବୃଦ୍ଧି କରିବା ପାଇଁ, ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବୃଦ୍ଧି କରିବା ପାଇଁ ଆଉ ଗୋଟିଏ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏବେ ଆପଣମାନେ ଶ୍ରୀହରିକୋଟାରୁ ହେଉଥିବା ରକେଟ୍ ଲଂଚିଙ୍ଗ୍କୁ ସାମ୍ନାରେ ବସି ଦେଖିପାରିବେ । ନିକଟ ଅତୀତରେ ଏହାକୁ ସମସ୍ତଙ୍କ ପାଇଁ ଉନ୍ମୁକ୍ତ କରିଦିଆଯାଇଛି । ଦର୍ଶନକାରୀଙ୍କ ପାଇଁ ଗ୍ୟାଲେରୀ ନିର୍ମାଣ କରାଯାଇଛି, ଯେଉଁଥିରେ ୧୦ ହଜାର ଲୋକଙ୍କ ବସିବାର ବ୍ୟବସ୍ଥା କରାଯାଇଛି । ଇସ୍ରୋର ୱେବ୍ସାଇଟରେ ଦିଆଯାଇଥିବା ଲିଙ୍କ୍ ଜରିଆରେ ଅନ୍ଲାଇନ୍ ବୁକିଂ ମଧ୍ୟ କରିପାରିବେ । ମୋତେ ସୂଚନା ଦିଆଯାଇଛି ଯେ, ଅନେକ ସ୍କୁଲ ନିଜ ଛାତ୍ରଛାତ୍ରୀଙ୍କୁ ରକେଟ୍ ଲଂଚିଙ୍ଗ୍ ଦେଖାଇବା ପାଇଁ ଏବଂ ସେମାନଙ୍କୁ ପ୍ରେରଣା ଯୋଗାଇବା ପାଇଁ ପରିଭ୍ରମଣରେ ମଧ୍ୟ ସେଠାକୁ ନେଇଯାଉଛନ୍ତି । ଆଗାମୀ ଦିନମାନଙ୍କରେ ଏହି ବ୍ୟବସ୍ଥାର ଲାଭ ଉଠାଇବା ପାଇଁ ମୁଁ ସମସ୍ତ ସ୍କୁଲର ପ୍ରିନ୍ସିପାଲ୍ ଏବଂ ଶିକ୍ଷକମାନଙ୍କୁ ନିବେଦନ କରୁଛି ବୋଲି ସେ କହିଛନ୍ତି ।