-
ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ ହୁନର୍ ହାଟରେ ଅଂଶଗ୍ରହଣ କରିଥିବା କାରିଗରମାନଙ୍କ ମଧ୍ୟରୁ ପଚାଶ ପ୍ରତିଶତରୁ ଅଧିକ ମହିଳା ଏବଂ ବିଗତ ତିନିବର୍ଷ ଧରି ହୁନର୍ ହାଟ ମାଧ୍ୟମରେ ପାଖାପାଖି ତିନିଲକ୍ଷ କାରିଗରଙ୍କୁ ରୋଜଗାରର ଅନେକ ସୁଯୋଗ ମିଳିଛି । ହୁନର୍ ହାଟ କଳାର ପ୍ରଦର୍ଶନ ପାଇଁ ତ ଗୋଟିଏ ମଂଚ, ତା’ସହ ଏହା ଲୋକଙ୍କ ସ୍ୱପ୍ନକୁ ମଧ୍ୟ ବାସ୍ତବିକତାରେ ପରିଣତ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରବିବାର ଦିନ ମନ କି ବାତ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି ।
ସେ ହୁନର ହାଟକୁ ଯାଇ ସେଠାରେ ତାଙ୍କର ଅଭିଜ୍ଞତା ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ କିଛିଦିନ ପୂର୍ବେ ସେ ଦିଲ୍ଲୀର “ହୁନର୍ ହାଟ”ରେ ଗୋଟିଏ ଛୋଟିଆ ସ୍ଥାନରେ ଆମ ଦେଶର ବିଶାଳତା, ସଂସ୍କୃତି, ପରମ୍ପରା, ଖାଦ୍ୟପେୟ ଏବଂ ଭାବାବେଗର ବିବିଧତାଗୁଡ଼ିକର ଦର୍ଶନ କରିଥିଲେ । ପାରମ୍ପାରିକ ବସ୍ତ୍ର, ହସ୍ତଶିଳ୍ପ, ଗାଲିଚା, ବାସନ, ବାଉଁଶ ଆଉ ପିତଳର ସାମଗ୍ରୀ, ପଞ୍ଜାବର ଫୁଲ୍କାରୀ, ଆନ୍ଧ୍ରପ୍ରଦେଶର ସୁନ୍ଦର ଚମଡ଼ା କାମ, ତାମିଲନାଡ଼ୁର ଆକର୍ଷଣୀୟ ଚିତ୍ରକଳା, ଉତରପ୍ରଦେଶର ପିତଳ ବସ୍ତୁ, ଭଦୋହିର ଗାଲିଚା, କଚ୍ଛ୍ର ତମ୍ବା ତିଆରି ଜିନିଷ, ଅନେକ ପ୍ରକାର ବାଦ୍ୟଯନ୍ତ୍ର, ଆହୁରି ଅନେକ କିଛି; ସମଗ୍ର ଭାରତର କଳା ଓ ସଂସ୍କୃତିର ଝଲକ୍ ବାସ୍ତବରେ ସ୍ୱତନ୍ତ୍ର ଥିଲା । ଆଉ ଏସବୁ ପଛରେ ଶିଳ୍ପୀମାନଙ୍କ ସାଧନା, ନିÂା ଏବଂ ନିଜ କଳାକୁ ଭଲପାଇବାର କାହାଣୀ ମଧ୍ୟ ଖୁବ ପ୍ରେରଣାଦାୟକ । ହୁନର୍ ହାଟରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ କଥାଶୁଣି ଖୁବ ସନ୍ତୋଷ ଅନୁଭବ ହେଲା । ସେ ତାଙ୍କୁ କହିଲେ ଯେ, ଆଗରୁ ସେ ଫୁଟ୍ପାଥରେ ନିଜର କଳାକୃତି ବିକ୍ରି କରୁଥିଲେ । କିନ୍ତୁ ହୁନର୍ ହାଟ ସହ ଯୋଡ଼ି ହେବାପରେ ତାଙ୍କର ଜୀବନ ବଦଳିଗଲା । ଆଜି ସେ କେବଳ ଆତ୍ମନିର୍ଭରଶୀଳ ହୋଇପାରିନାହାନ୍ତି ବରଂ ନିଜର ଗୋଟିଏ ଘର ମଧ୍ୟ କିଣିପାରିଛନ୍ତି । ହୁନର୍ ହାଟରେ ତାଙ୍କୁ ଆହୁରି କେତେକ କାରିଗରଙ୍କ ସହ ଭେଟିବା ଏବଂ ସେମାନଙ୍କ ସହ କଥା ହେବାର ସୁଯୋଗ ମିଳିଲା । ଏହା ଏପରି ଏକ ଜାଗା ଯେଉଁଠି ଏ ଦେଶର ବିବିଧତାକୁ ଅଣଦେଖା କରିବା ଅସମ୍ଭବ । ଶିଳ୍ପକଳା ତ ରହିଛି, ତା’ ସଙ୍ଗେ ସଙ୍ଗେ ରହିଛି ଆମମାନଙ୍କ ଖାଦ୍ୟପେୟର ବିବିଧତା । ସେଠାରେ ଗୋଟିଏ ଧାଡ଼ିରେ ଇଡଲି-ଦୋସା, ଛୋଲେ-ଭଟୁରେ, ଦାଲ୍-ବାଟି, ଖମଣ୍-ଖାଣ୍ଡୱି କେଜାଣି କେତେ କ’ଣ ଥିଲା । ସେ ନିଜେ ସେଠାରେ ବିହାରର ସୁସ୍ୱାଦୁ ଲିଟି-ଚୋଖା ଖାଇବାର ଭରପୂର ମଜା ନେଲେ । ଭାରତର ପ୍ରତ୍ୟେକ ଅଂଚଳରେ ଏଭଳି ମେଳା ତଥା ପ୍ରଦର୍ଶନୀଗୁଡ଼ିକର ଆୟୋଜନ ଚାଲିଥାଏ । ଭାରତକୁ ଜାଣିବା ପାଇଁ, ଭାରତକୁ ଅନୁଭବ କରିବା ପାଇଁ ଯେତେବେଳେ ବି ସୁଯୋଗ ମିଳେ ଏହାର ସଦୁପଯୋଗ କରିବା ଉଚିତ । ଏହା ‘ଏକ ଭାରତ ଶ୍ରେÂ ଭାରତ’କୁ ଅନ୍ତରଙ୍ଗ ଭାବେ ଅନୁଭବ କରିବାର ସୁଯୋଗ ପାଲଟିଯାଏ । ଆପଣ ଯେ କେବଳ ଦେଶର କଳା ଓ ସଂସ୍କୃତି ସହ ଯୋଡ଼ିହେବେ ସେ କଥା ନୁହେଁ, ବରଂ ଆପଣ ଦେଶର ପରିଶ୍ରମୀ କାରିଗରମାନଙ୍କର, ବିଶେଷକରି ମହିଳାମାନଙ୍କ ସମୃଦ୍ଧିରେ ମଧ୍ୟ ନିଜର ଯୋଗଦାନ କରିପାରିବେ ବୋଲି ସେ କହିଛନ୍ତି ।