ପାଣଜି- ଗୋଆ ସମୁଦ୍ର କୂଳ ନିକଟରେ ରବିବାର ଦିନ ଭାରତୀୟ ନୌସେନାର ମିଗ୍-୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥରୁ ପାଇଲଟ ଜଣଙ୍କ ଅଳ୍ପକେ ବର୍ତି ଯାଇଛନ୍ତି । ପାଇଲଟ ଜଣଙ୍କ ବିମାନ ମଧ୍ୟରୁ ସୁରକ୍ଷିତ ବାହାରି ଆସିଛନ୍ତି ବୋଲି ନୌସେନାର ଜଣେ ଅଧିକାରୀଙ୍କ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦିଆ ଯାଇଛି ।
ନୌସେନା ଅଧିକାରୀ ଜଣଙ୍କ କହିଛନ୍ତି ଯେ ଏହି ମିଗ୍-୨୯କେ ବିମାନ ନିୟମିତ ଭାବେ ଅଭ୍ୟାସ କରେ । ଅଭ୍ୟାସ ବେଳେ ଆଜି ସକାଳ ସାଢେ ୧୦ଟାରେ ଗୋଆ ସମୁଦ୍ରକୂଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଗୋଆର ବାସ୍କୋ ସ୍ଥିତ ଆଇଏନଏସ ହଂସା ବିମାନବନ୍ଦରରୁ ଉଡାଣ ଆରମ୍ଭ କରିଥିଲା ।