
ନୂଆଦିଲ୍ଲୀ- ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମ ଠାରେ ରବିବାର ଦିନ ବନବାସୀ ରକ୍ଷା କୁମ୍ଭର ଶୁଭାରମ୍ଭ ହୋଇଛି । ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ ସଭାପତି ତଥା ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଷ୍ଣୁ ସଦାଶିବ କୋକଜେ ଏହାର ଉଦଘାଟନ କରିଛନ୍ତି । ବନବନ୍ଧୁ ମାନଙ୍କର ଉତଥାନ ପାଇଁ ସମର୍ପିତ ଏନଜିଓ ବନବାସୀ ରକ୍ଷା ପରିବାର ଫାଉଣ୍ଡେସନର ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରା ଯାଉଛି । ଏଥିରେ ଦିଲ୍ଲୀ ସମେତ ୧୨ରଟି ରାଜ୍ୟରେ ବନବାସୀ ମାନଙ୍କ ପାଇଁ କାମ କରୁଥିବା କାର୍ଯ୍ୟକର୍ତା ଓ ପ୍ରବୁଦ୍ଧ ଲୋକ ମାନେ ସାମିଲ ହୋଇଛନ୍ତି ।