-
ପରିବାର ସହ ଶେଷ ସାକ୍ଷାତ ପାଇଁ ଚିଠି
ନୂଆଦିଲ୍ଲୀ – ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ବିନୟ ଶର୍ମାଙ୍କ ପିଟିସନ୍ କୁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଖାରଜ୍ କରିଛନ୍ତି । ବିନୟ ନିଜକୁ ମାନସିକ ବିକୃତ ଦର୍ଶାଇ ଚିକିତ୍ସା ପାଇଁ ଆବେଦନ କରିଥିଲା ।
କୋର୍ଟ ଏହି ଆବେଦନକୁ ଖାରଜ କରି ତିହାର ଜେଲ କର୍ତୃପକ୍ଷଙ୍କୁ କହିଛନ୍ତି, ୪ ଦୋଷୀଙ୍କର ସ୍ୱାସ୍ଥ୍ୟଗତ ଯତ୍ନ ଯଥାସମ୍ଭବ ନିଆଯିବ । ଜେଲ କର୍ତୃପକ୍ଷଙ୍କ ଅନୁଯାୟୀ ବିନୟର ମାନିସକ ସ୍୍ୱାସ୍ଥ୍ୟ ଠିକ୍ ଅଛି । ଏପରିକି ମାନସିକ ବିକୃତିର କୌଣସି ଲକ୍ଷଣ ନଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ଫାଶୀଦଣ୍ଡ ପାଇଥିବା କଏଦୀର ଚିକିତ୍ସା ଆବଶ୍ୟକ ନାହିଁ ବୋଲି କୋର୍ଟ କହିଛନ୍ତି ।
ଅନ୍ୟପକ୍ଷରେ ମାମଲାର ·ରି ଦୋଷୀଙ୍କୁ ସେମାନଙ୍କ ପରିବାର ସହ ଶେଷ ସାକ୍ଷାତ ନିମନ୍ତେ ତିହାର ଜେଲ୍ କର୍ତୃପକ୍ଷ ଚିଠି ଲେଖିଛନ୍ତି । ଫାଶୀ ଲାଗି ନିର୍ଦ୍ଧାରିତ ମାର୍ଚ ୩ ତାରିଖ ପୂର୍ବରୁ ସେମାନେ ନିଜ ପରିବାରକୁ ଭେଟି ପାରିବେ ବୋଲି କୁହାଯାଇଛି । ଏ ନେଇ ୪ ଦୋଷୀଙ୍କୁ ତାରିଖ ଠିକ୍ କରିବାକୁ ତିହାର ଜେଲ୍ କର୍ତୃପକ୍ଷ କହିଛନ୍ତି ।
ଏହାପୂର୍ବରୁ ଦୋଷୀ ମୁକେଶ ଓ ପୱନକୁ ସେମାନଙ୍କର ପରିବାରର ସଦସ୍ୟ ଭେଟିଥିଲେ । ମାର୍ଚ୍ଚ ୩ ସକାଳ ୬ଟାରେ ତିହାର ଜେଲ୍ ରେ ଫାଶୀ ପାଇଁ ଦିନ ଧାର୍ଯ୍ୟ ହୋଇଛି ।