ନୂଆଦିଲ୍ଲୀ- ଯ ନ୍ୟାୟପାଳିକା ସାମନାରେ ଶୀଘ୍ର ନ୍ୟାୟ ଏକ ଆହ୍ୱାନ ରୂପେ ପୂର୍ବରୁ ରହି ଆସିଥିଲା ବେଳେ ବର୍ତମାନ ପରିବର୍ତିତ ପରିସ୍ଥିତିରେ ଡାଟାର ସୁରକ୍ଷା ଓ ସାଇବର ଅପରାଧ ଭଳି ବିଷୟ ଅଦାଲତ ମାନଙ୍କ ପାଇଁ ଏକ ବଡ ଆହ୍ୱାନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାନ ଦିନ ସୁପ୍ରୀମକୋର୍ଟ ଠାରେ ଅନୁÂିତ ଆନ୍ତର୍ଜାତିକ ନ୍ୟାୟିକ ସମ୍ମିଳନୀ-୨୦୨୦ର ଉଦଘାଟନ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ନ୍ୟାୟପାଳିକା ନିକଟରେ ଶୀଘ୍ର ନ୍ୟାୟର ଆହ୍ୱାନ ସବୁବେଳେ ରହି ଆସିଛି । ଟେକ୍ନୋଲଜି ନିକଟରେ ଏହାର ଗୋଟିଏ ସୀମା ଯାଏ ସମାଧାନ ମଧ୍ୟ ରହିଛି । ବିଶେଷ ଭାବେ କୋର୍ଟର ପ୍ରକ୍ରିୟାତ୍ମକ ପରିଚାଳନାକୁ ନେଇ ଇଂଟରନେଟ ଆଧାରିତ ଟେକ୍ନୋଲଜି ଦ୍ୱାରା ଭାରତର ନ୍ୟାୟ ପ୍ରଦାନକାରୀ ବ୍ୟବସ୍ଥାକୁ ଲାଭ ହେବ ।
ସେ କହିଛନ୍ତି ଯେ ଦେଶର ପ୍ରତ୍ୟେକ କୋର୍ଟକୁ ଇ-କୋର୍ଟ ଇଂଟିଗ୍ରେଟେଡ ମିଶନ ମୋଡ ପ୍ରଜେକ୍ଟ ସହ ଯୋଡିବା ପାଇଁ ସରକାର ପ୍ରୟାସ କରୁଛନ୍ତି । ରାଷ୍ଟ୍ରୀୟ ନ୍ୟାୟିକ ଡାଟା ଗ୍ରିଡର ସ୍ଥାପନା ଦ୍ୱାରା ମଧ୍ୟ କୋର୍ଟର ପ୍ରକ୍ରିୟା ଗୁଡିକ ସହଜ ହୋଇ ପାରିବ ବୋଲି ସେ କହିଛନ୍ତି ।
ଏହି ଅବସରରେ କେନ୍ଦ୍ରୀୟ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରୁପତି ଏସଏ ବୋବଡେ, ବିଚାରପତି ମାନେ. ଆଟର୍ଣି ଜେନେରାଲ ଓ ଅନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।