
ନୂଆଦିଲ୍ଲୀ – ଅଲ ଇଣ୍ଡିଆ ମଜଲିସ-ଏ- ଇତେହାଦୁଲ ମୁସଲିମୀନ (ଏଆଇଏମଆଇଏମ)ର ମୁଖପତ୍ର ବାରିସ ପଠାନ ଦ୍ୱାରା ୧୦୦ କୋଟି ବନାମ ୧୫ କୋଟି ସମ୍ପର୍କିତ ବିବାଦୀୟ ବୟାନକୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କଡା ନିନ୍ଦା କରା ଯାଇଛି ।
ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ ଡ. ସୁରେନ୍ଦ୍ର ଜୈନ କହିଛନ୍ତି ଯେ ସିଏଏ ଆଳରେ ମୁସଲମାନ ନେତା ଧମକ ଦେବା ବନ୍ଦ କରନ୍ତୁ । ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଯେ ଏଭଳି ଦେଶ ବିରୋଧୀ ଭାଷଣ ଦେଉଥିବା ବ୍ୟକ୍ତିବିଶେଷ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁÂାନ ଗ୍ରହଣ କରନ୍ତୁ ।
ସେ କହିଛନ୍ତି ଯେ ଏହି ମାମଲାରେ ଅନ୍ୟ ମୁସଲମାନ ନେତା ମାନଙ୍କର ନୀରବତା ଅତ୍ୟନ୍ତ ନିନ୍ଦନୀୟ । ଏ ଯାଏ କୌଣସି ବଡ ମୁସଲମାନ ନେତା କିମ୍ବା ସେକୁଲାର ନେତା ମାନେ ଏହି ବୟାନକୁ ନିନ୍ଦା କରି ନାହାନ୍ତି ।