କୋଲକାତା – ପୂର୍ବତନ ସାଂସଦ, ପ୍ରତିÂିତ ଶିକ୍ଷାବିତ୍ ତଥା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପୁତୁରା ଶିରିର ବୋଷଙ୍କ ପତ୍ନୀ କୃଷ୍ଣା ବୋଷଙ୍କର ଶନିବାର ହୃଦଘାତରେ ପରଲୋକ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ହୃଦଘାତ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଶନିବାର ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କର ଦୁଇ ପୁଅ ସୁମନ୍ତ ଏବଂ ସୁଗତ ଉପସ୍ଥିତ ଥିଲେ ।
କୃଷ୍ଣାଙ୍କ ପୁଅ ସୁମନ୍ତ କହିଛନ୍ତି, ନିକଟରେ ସେ ଦ୍ୱିତୀୟ ଥର ପାଇଁ ହୃଦଘାତର ଶିକାର ହୋଇଥିଲେ । ଏହାପରେ ସେ ଆଇସିୟୁରେ ଭର୍ତି ହୋଇଥିଲେ ।
ସୂଚନାଯୋଗ୍ୟ ଯେ କୃଷ୍ଣା ବୋଷ ଯାଦବପୁରର ପୂର୍ବତନ ଟିଏମସି ସାଂସଦ ।୧୯୯୬ରେ କଂଗ୍ରେସ ଟିକେଟରୁ ଯାଦବପୁର ଆସନରୁ ସେ ପ୍ରଥମେ ସାଂସଦ ଭାବେ ବିଜୟୀ ହୋଇଥିଲେ । ଏହାପରେ ୧୯୯୮ ଏବଂ ୧୯୯୯ରେ ତୃଣମୂଳ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ସେ ନେତାଜୀ ଗବେଷଣା କେନ୍ଦ୍ରର ମଧ୍ୟ ଅଧ୍ୟକ୍ଷ ଥିଲେ ।