ଭୁବନେଶ୍ୱର – ଭୁବନେଶ୍ୱର ସ୍ଥିତ ଅଖିଳ ଭାରତ ଆର୍ୟୁବିଜ୍ଞାନ ପ୍ରତିÂାନରେ ହିନ୍ଦୀ ଭାଷାର ବ୍ୟବହାର ନେଇ ଜାରୀ ହୋଇଥିବା ନିଦେ୍ର୍ଧଶନାମାକୁ ସମାଜବାଦୀପାର୍ଟି ବିରୋଧ କରିଛି । ଏମସ୍ ଭୁବନେଶ୍ୱରର ୬୦ ପ୍ରତିଶତ କର୍ମଚାରୀ ଏବଂ ୯୦ ଭାଗ ରୋଗୀ ହେଉଛନ୍ତି ଓଡ଼ିଶାର । ତେଣୁ ଓଡ଼ିଆ ଭାଷାରେ କାର୍ଯ୍ୟ କରିବା ପାଇଁ, କଥାବାର୍ତା କରିବା ପାଇଁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଛି । ଏ ସମ୍ପର୍କରେ ପାର୍ଟିର ରାଜ୍ୟସଭାପତି ରବି ବେହେରା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଶନିବାର ଟୁଇଟ୍ କରିଛନ୍ତି ।
ସେ କହିଛନ୍ତି ଯେ ଭାଷା ଭିତିରେ ସମଗ୍ର ଭାରତ ବର୍ଷରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ । ଓଡ଼ିଶା ଲୋକଙ୍କର ସହଜଲଭ୍ୟ ଓ ସୁଲଭ ଚିକିତ୍ସା ପାଇଁ ଏମସ୍ ପ୍ରତିÂା କରାଯାଇଛି । ତେଣୁ ଏହାର କାର୍ଯ୍ୟାବଳୀରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ହେବା ଉଚିତ୍ । ଗତ ୨୦ ତାରିଖରେ ଏମସ୍ର ପ୍ରଶାସନିକ ଉପନିଦେ୍ର୍ଧଶକ ହିନ୍ଦୀ ଭାଷାକୁ ନେଇ ଯେଉଁ ବିଜ୍ଞପ୍ତି ଜାରି କରିଛନ୍ତି ତାହାକୁ ପ୍ରତ୍ୟାହାର କରାଯାଉ । ପ୍ରଶାସନିକ କାର୍ଯ୍ୟରେ ଓଡ଼ିଆ ଭାଷାକୁ ପ୍ରାଥମିକତା ଦିଆଯାଉ ଏବଂ ବୃହତର ପ୍ରଶାସନିକ ବ୍ୟବହାର ପାଇଁ ହିନ୍ଦୀ ଓ ଇଂରାଜୀକୁ ବ୍ୟବହାର କରାଗଲେ ଓଡ଼ିଶା ଲୋକଙ୍କର କୌଣସି ଆପତି ରହିବ ନାହିଁ । ତେଣୁ ଏମସ୍ରେ ତି୍ରଭାଷୀ ସୂତ୍ରର ପ୍ରଚଳନ ଉପରେ ଗୁରୁତ୍ୱ ଦିଆନଗଲେ, ଆଗାମୀ ଦିନରେ ପ୍ରତିବାଦକୁ ଜୋର୍ଦାର କରାଯିବ ବୋଲି ସଭାପତି ଶ୍ରୀ ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ଯେ ଗତ ୨୦ ତାରିଖରେ ଏମସ୍ ଉପନିଦେ୍ର୍ଧଶକ ପି.କେ. ରାୟ ଜାରୀ କରିଥିବା ନିଦେ୍ର୍ଧଶନାମାରେ କୁହାଯାଇଛି ଯେ, ଏମସ୍ରେ କାର୍ଯ୍ୟରତ ସମସ୍ତ ଡାକ୍ତର ଓ କର୍ମଚାରୀ ହିନ୍ଦୀରେ ଦସ୍ତଖତ କରିବେ, ନିଜ ଫାଇଲ୍ ଓ ରେଜିଷ୍ଟରରେ ମଧ୍ୟ ହିନ୍ଦୀ ଭାଷାରେ ଲେଖିବେ, ଏଭଳିକି ନିଜର ନା ଏବଂ ହେଡିଂ ମଧ୍ୟ ହିନ୍ଦୀରେ ଲେଖାଯିବ । ଶତକଡ଼ା ୫୫ ଭାଗ ଚିଠିପତ୍ର ହିନ୍ଦୀ ଭାଷାରେ ଦିଆନିଆ ହେବ ଏବଂ ସମସ୍ତ ଆଲୋଚନା ଓ ପ୍ରଶାସନିକ ତର୍କବିତର୍କ ଏବଂ ମିଟିଂ ଗୁଡ଼ିକର ପ୍ରୋସିଡିଂ ମଧ୍ୟ ହିନ୍ଦୀ ଭାଷାରେ କରାଯିବ ।