ଭୁବନେଶ୍ୱର /ଭବାନୀପାଟଣା- ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାନ ଦିନ ରାଜଧାନୀରେ ଗାନ୍ଧି ଶାନ୍ତି କେନ୍ଦ୍ର ଲୋକାର୍ପଣ କରିଛନ୍ତି । ଖଣ୍ଡଗିରି-ଚନ୍ଦକା ରାସ୍ତାରେ ୫ ଏକର ପରିମିତ ଜାଗାରେ ନିର୍ମିତ ଗାନ୍ଧି ଶାନ୍ତି କେନ୍ଦ୍ରକୁ ସେ ଉଦଘାଟନ କରିଥିବା ବେଳେ ଏହି ଅବସରରେ ବିର୍ଲା ଗ୍ରୁପର ରାଜଶ୍ରୀ ବିର୍ଲା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓ ସ୍ୱାଧୀନତା ସଂଗ୍ରାମୀମାନେ ଉପସ୍ଥିତ ଥିଲେ ।
ମିଳିଥିବା ସୂଚନା ଅନୁସାରେ ଏହି କେନ୍ଦ୍ରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସହ ଶାନ୍ତି ଓ ଅହିଂସା ନୀତି ସମ୍ପର୍କିତ ବିଭିନ୍ନ ତଥ୍ୟ ରହିଛି । ବିଭିନ୍ନ ସମୟରେ ଗାନ୍ଧିଜୀ ୭ ଥର ଓଡ଼ିଶା ଗସ୍ତରେ ଆସିଥିଲେ । ସେ ସମ୍ପର୍କିତ ତଥ୍ୟ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଗାନ୍ଧି ଶାନ୍ତି କେନ୍ଦ୍ରରେ ଉପଲବ୍ଧ ହୋଇଛି ।
ଉଲ୍ଲେଖନୀୟ ଯେ ୨୦୧୩ ମସିହାରେ ରାଜ୍ୟ ସଂସ୍କୃତି ବିଭାଗ, ବିର୍ଲା ଗ୍ରୁପ ସହ ଏଥିପାଇଁ ରାଜିନାମା ସ୍ୱାକ୍ଷର କରିଥିଲା ।