-
ଚିକିତ୍ସିତ ହେଉଥିବା ୧୫ରୋଗୀଙ୍କୁ ୭ଦିନ ଭିତରେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ଖୁସି
-
ଡାକ୍ତର ଓ ହସ୍ପିଟାଲ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷ
-
ମୃତ ପରିବାର ବିଧାୟକ ଙ୍କୁ ଭେଟିଲେ
-
ଏସପି କହିଲେ କାର୍ଯ୍ୟାନୁଷ୍ଠାନ ଖୁବ୍ ଶୀଘ୍ର
ବ୍ରହ୍ମପୁର(ବ୍ୟୁରୋ) : ନୂଆବସ୍ଷ୍ଟାଣ୍ଡ ନିକଟସ୍ଥ ବ୍ରାହ୍ମନଗର ପ୍ରଥମ ଗଳିରେ ଥିବା ଘରୋଇ ହସ୍ପିଟାଲ ଗୁରୁଦେବରେ ଚିକିତ୍ସା ଅବହେଳାରୁ ଜୈନିକା ନବବିବାହିତାଙ୍କ ମୃତ୍ୟୁପରେ ଏବେ ହରଡଘଣାରେ ପଡିଥିବା ଗୁରୁଦେବ ହସ୍ପିଟାଲକୁ ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ତହସିଲଦାର ସିପକ ପାତ୍ର ସିଲ୍ କରିଛନ୍ତି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱାସ୍ଥ୍ୟ ବିଭାଗ, ପ୍ରଶାସନ, ପୋଲିସ ଓ ଏମ୍କେସିଜିର ସ୍ତ୍ରୀ ଓ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ଶୁକ୍ରବାର ସକାଳେ ଗୁରୁଦେବ ହସ୍ପିଟାଲ ଉପରେ ପୁଣି ଚଢ଼ାଉକରି ଚିକିତ୍ସିତ ହେଉଥିବା ରୋଗୀଙ୍କ ସମ୍ପର୍କରେ ପଚାରି ବୁଝିଥିଲେ । ଏହି ସମୟରେ ୧୬ଜଣ ରୋଗୀ ବର୍ତ୍ତମାନ ଗୁରୁଦେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ଜଣ ସ୍ତ୍ରୀ ଓ ପ୍ରସୂତି ଜନୀତ ଚିକିତ୍ସାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କୁ ଗତ ୨/୩ଦିନ ତଳେ ଅସ୍ତ୍ରପ୍ରଚାର କରାଯାଇଥିବାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଠିକ୍ ହେବନାହିଁ ବୋଲି ଏମ୍କେସିଜିର ପ୍ରସୂତି ବିଭାଗ ଡାକ୍ତର ଗୀତାଞ୍ଜଳି ଦାସ ଉପଜିଲ୍ଲାପାଳଙ୍କୁ କହିଥିଲେ । ଏହାପରେ ଉପଜିଲ୍ଲାପାଳ ଗୁରୁଦେବ ହସ୍ପିଟାଲରେ ପହଞ୍ôଚ ଆଗାମୀ ୭ଦିନ ମଧ୍ୟରେ ସେମାନଙ୍କୁ ଉଚିତ ଓ ଯତ୍ନବାନ ଭାବେ ଚିକିତ୍ସା କରିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗତ ୨ଦିନତଳେ ଉପରକ୍ତ ବିଭାଗ ପକ୍ଷରୁ ଚଢ଼ାଉକରି ମେଡିକାଲ୍ ଏଷ୍ଟାବ୍ରିଲମେଣ୍ଟ ଆଇନ୍ ଗୁରୁଦେବ ହସ୍ପିଟାଲ ପାଳନ କରିଛି ନା ନାହିଁ, ହସ୍ପିଟାଲ କରିବା ପାଇଁ ଆବଶ୍ୟକୀୟ ନଥିପତ୍ର ହୋଇଛି ନା ନାହିଁ ଆଦି ତଦନ୍ତକରି ୨୦ପୃଷ୍ଠା ବିଶିଷ୍ଟ ଏକ ରିପୋର୍ଟ ବନ୍ଦ ଲାଫଫା ଭିତରେ ଜିଲ୍ଲାପାଳଙ୍କୁ ଅନୁଧ୍ୟାନକାରୀ ଦଳ ପ୍ରଦାନ କରିଥିଲେ । ରିପୋର୍ଟ ଦେଖିବାପରେ ଜିଲ୍ଲାପାଳ ତୁରନ୍ତ ହସ୍ପିଟାଲକୁ ସିଲ୍ କରିବା ପାଇଁ ଶୁକ୍ରବାର ସକାଳେ ନିର୍ଦ୍ଦେଶ ଦେଇଥିଲେ । ଅସ୍ତ୍ରପ୍ରଚାର ପୂର୍ବରୁ ଅଧିକ ନିଶାଦେବା ଓ ଚିକିତ୍ସା ଅବହେଳାରୁ ଲାଞ୍ôଜପଲ୍ଲି ଅଞ୍ଚଳର ସୁଭ୍ରଜିତ୍ ସାମନ୍ତଙ୍କ ସ୍ତ୍ରୀ ଐଶ୍ଚର୍ଯ୍ୟା ସିଂ ଦେଓ ଗତ ସୋମବାର ରାତିରେ ଆପେଣ୍ଡିସ୍ସାଇଡ୍ସ ଅସ୍ତ୍ରପ୍ରଚାର ପରେ ମୃତ୍ୟୁ ହୋଇଥିଲା । ଏହି ଅଭିଯୋଗପରେ ମେଡିକାଲ୍ ପରିସରରେ ରୋଗୀ ସମ୍ପର୍କୀୟ ଓ ଅସ୍ତ୍ରପ୍ରଚାର କରୁଥିବା ଡାକ୍ତରଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଐଶ୍ଚର୍ଯ୍ୟାଙ୍କ ସ୍ୱାମୀ ସୁଭ୍ରଜିତ୍ ବୈଦ୍ୟନାଥପୁର ଥାନାରେ ଏତଲା ଦେବାପରେ ପୋଲିସ ୩୯/୨୦ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଏବେ ସହରର ବିଭିନ୍ନ ସଙ୍ଗଠନ, ପରିବାର ଓ ବିଜେପି ପକ୍ଷରୁ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯାଇଛି । ଗତ ବୁଧବାର ଦିନ ଆଇନ୍ଜୀବୀମାନେ ଉପଜିଲ୍ଲାପାଳଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତକରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ବେଳେ ଗୁରୁବାର ଦିନ ବିଜେପି ପକ୍ଷରୁ ମଧ୍ୟ ଗୁରୁଦେବ ହସ୍ପିଟାଲ ଓ ଅସ୍ତ୍ରପ୍ରଚାର କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି । ସେପଟେ ଐଶ୍ଚର୍ଯ୍ୟାଙ୍କ ପରିବାର ଲୋକେ ନିରପେକ୍ଷ ତଦନ୍ତ କରିବାକୁ ଦାବି କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଓ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଅସ୍ତ୍ରପ୍ରଚାର କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିବା ବେଳେ ଆଗାମୀଦିନରେ ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା । ସେପଟେ ମେଡିକାଲ୍ ପ୍ରତିଷ୍ଠା କରିଥିବା ଉଭୟ ସ୍ୱାମୀସ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି । ସେପଟେ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ମୃତ ଐଶ୍ଚର୍ଯ୍ୟାଙ୍କ ପରିବାର ପକ୍ଷରୁ ଧନ୍ୟବାଦ ଦିଆଯିବା ସହ ଗଣମାଧ୍ୟମ, ପୋଲିସ ଓ ପ୍ରଶାସନର ମିଳିତ ଉଦ୍ୟମରେ ଏହି ନର୍ସିଂ ହୋମ୍କୁ ସିଲ୍ କରାଗଲା ସତ । କିନ୍ତୁ ଡାକ୍ତର ଓ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି । ଶୁକ୍ରବାର ଦିନ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ସମେତ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର ସାହୁ, ବିନୋଦ କୁମାର ବେହେରାଙ୍କ ସମେତ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସେପଟେ ଶନିବାର asrya ଙ୍କ ପରିବାର ପକ୍ଷ୍ୟରୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଙ୍କୁ ଭେଟି ନର୍ସିଂ ହୋମ୍ ର ମାଲିକ ଓ ଡକ୍ଟର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି ଯେ ଅଭିଯୋଗ ପାଇଛୁ ଏଡ଼ିପିଓ ଏହାର ତଦନ୍ତ କରୁଛନ୍ତି ଖୁବ୍ ଶୀଘ୍ର ନର୍ସିଂ ହୋମ୍ ର ମାଲିକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।ଏବେ ଦିଖିବାକୁ ବାକିରହିଲା ଆଗକୁ ଅସ୍ତ୍ର ପୋଚର କରିଥିବା ଡକ୍ଟର ଓ ମାଲିକଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଚି।