ସମ୍ବଲପୁର-ସମ୍ବଲପୁରର ସର୍ବପୁରାତନ ଶୀତଳ ଷଷ୍ଠୀ ଯାତ୍ରା କମିଟୀ ତରଫରୁ ଚଳିତ ବର୍ଷ ପାଇଁ ମାତା ପାର୍ବତୀଙ୍କର ପିତାମାତା ଚୟନ ଶୁକ୍ରବାର କରାଯାଇଛି । ପବିତ୍ର ଶିବରାତ୍ରୀ ଅବସରରେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ବୈଠକରେ ଚଳିତ ବର୍ଷ ପାଇଁ ଅଇଁଠାପାଲୀ ସ୍ଥିତ ଶୁଭଶ୍ରୀ ବିହାର ନିବାସୀ ସୁକାନ୍ତ ବିଶି ଓ ତାଙ୍କ ଧର୍ମପତ୍ନୀ ରିଙ୍କି ବିଶିଙ୍କୁ ମାତା ପାର୍ବତୀଙ୍କ ପିତାମାତା ଭାବରେ ଚୟନ କରାଯାଇଛି । ତେଣୁ ଆସନ୍ତା ଏପ୍ରିଲ ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଆନୁଷ୍ଠାନିକ ଭାବରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଅଇଁଠାପାଲୀ ନିବାସୀ ସୁକାନ୍ତ ଓ ତାଙ୍କର ପତ୍ନୀ ରିଙ୍କିଙ୍କୁ ଏହି ଦାୟିତ୍ୱ ଦିଆଯିବ ବୋଲି କମିଟୀ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ସୁରେଶ୍ୱର ମିଶ୍ର, ସୁଧାଂଶୁ ମିଶ୍ର, ପ୍ରଶାନ୍ତ ମିଶ୍ର, ଚକ୍ରଧର ମିଶ୍ର, ପ୍ରଫୁଲ୍ଲ ହୋତା, ସରୋଜ ଦାଶ, ସମୀର ରଞ୍ଜନ ବାବୁ, ଅଚ୍ୟୁତ ମିଶ୍ର, ଅରୁଣ ମିଶ୍ର, ସନ୍ତୋଷ ମିଶ୍ର, ନିଗମାନନ୍ଦ ମିଶ୍ର, ଦୁର୍ଗାମାଧବ ମିଶ୍ର, ଅଚ୍ୟୁତ ମିଶ୍ର, ଶମ୍ଭୁ ମିଶ୍ର, ସନତ ନନ୍ଦ, ଆଶୁତୋଷ ମିଶ୍ର, ଅରୁଣ ମିଶ୍ର, ଗୋଲକ ବିହାରୀ ମିଶ୍ର, ସୁରେନ୍ଦ୍ର ତ୍ରିପାଠୀ, ଅନିଲ ଦାଶ, ମାନସ ରଥ, ସୁଶ୍ରିତ ମିଶ୍ର, ଦିଲ୍ଲୀପ ମିଶ୍ର, ବିରାଜ କୁମାର ମିଶ୍ର, ମନୋଜ ମହାପାତ୍ର, ସବ୍ୟସାଚୀ ମିଶ୍ର, ଭୁବନ ମୋହନ ମିଶ୍ର, ଚକ୍ରଧର ନାୟକ, ବାଲଗୋପାଳ ନନ୍ଦ, ବିବେକାନନ୍ଦ ମିଶ୍ର, ବିଚିତ୍ରାନନ୍ଦ ମିଶ୍ର, ତୁଷାରକାନ୍ତି ମିଶ୍ରଙ୍କ ସମେତ ଶତାଧିକ ନନ୍ଦପଡାବାସୀ ଉପସ୍ଥିତ ରହିଥିଲେ ।