ଭୁବନେଶ୍ୱର – କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୨ ଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ୨ ଜଣ ହେଲେ ଅରିଲୋ ସ୍କୁଲର ଶିକ୍ଷକ ଶ୍ରୀରାମ ପରୁଆ ଓ ନଗରୀ ସ୍କୁଲର ଶିକ୍ଷୟିତ୍ରୀ ଦୀପାଜଂଳୀ ସାମନ୍ତରାୟ । ସେହପରି ମାଇଧରପୁର ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବି ଚେତାବନୀ ଦେଇଛନ୍ତି ମନ୍ତ୍ରୀ । ଅଚାନକ ସ୍କୁଲ ପରିଦର୍ଶନ କରିବା ବେଳେ ଅବହେଳା ଦେଖି ମନ୍ତ୍ରୀ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ସୂଚନାଯୋଗ୍ୟ ଯେ ଶନିବାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଉପକୂଳ ଅଂଚଳରେ ଥିବା ମାଟ୍ରିକ ପରୀକ୍ଷା କେନ୍ଦ୍ର ସହିତ ଆଖପାଖରେ ଥିବା ସ୍କୁଲ ଗୁଡିକୁ ଅଚାନକ ଗସ୍ତ କରିଥିଲେ । ଲକ୍ଷେଶ୍ୱର ନୋଡାଲ ସ୍କୁଲ, ହଂସପାଳ ସରକାରୀ ହାଇସ୍କୁଲ, ମାଇଧରପୁର ସରକାରୀ ହାଇସ୍କୁଲ, ନଗରୀ ପ୍ରାଇମେରୀ ସ୍କୁଲ ପରିଦର୍ଶନ କରି କିଭଳି ପାଠପଢା ଚାଲିଛି ସେ ନେଇ ପଚାରି ବୁଝିଥିଲେ ।