ନୂଆଦିଲ୍ଲୀ -ଦିଲ୍ଲୀର ସାହିନବାଗ୍ ଠାରେ ଆନେ୍ଦାଳନକାରୀମାନେ ଧାରଣା ଜାରୀ ରଖିଛନ୍ତି । ଶନିବାର ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ମଧ୍ୟସ୍ଥି ସାଧନା ରାମଚନ୍ଦ୍ରନ୍ ଚତୁର୍ଥ ଦିନରେ ସେମାନଙ୍କ ସହ ଆଲୋଚନା କରିଛନ୍ତି । କିନ୍ତୁ ଏହାର କୌଣସି ସମାଧାନ ହୋଇପାରିନାହିଁ । ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଓ ଜାତୀୟ ନାଗରିକ ରେଜିଷ୍ଟର (ଏନଆରସି)କୁ ବିରୋଧ କରି ସାହିନ୍ ବାଗ୍ ଠାରେ ମହିଳାମାନେ ଦୀର୍ଘ ଦିନ ଧରି ପ୍ରଦର୍ଶନ ଜାରୀ ରହିଛି ।
ଅନ୍ୟପକ୍ଷରେ ଧାରଣାରୁ ହଟିବା ପାଇଁ ସେମାନେ ବହୁ ଦାବି ରଖିଛନ୍ତି । ସେମାନେ ଦାବି କରିଛନ୍ତି ଯେ ସୁପ୍ରିମ୍ କୋର୍ଟ ସେମାନଙ୍କ ସୁରକ୍ଷା ନେଇ ଆଦେଶ ଜାରୀ କରନ୍ତୁ । ସାହିନବାଗ୍ ଓ ଜାମିୟା ର ଆନେ୍ର୍ଦାଳନକାରୀଙ୍କ ଉପରେ ହୋଇଥିବା ମାମଲାକୁ ଉଠାଇ ନିଆଯାଉ । ସେହିପରି ସେମାନଙ୍କ ପ୍ରତି ଖରାପ ମନ୍ତବ୍ୟ ଦେଇଥିବା ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ନିଆଯାଉ ।