ଭଦ୍ରକ- ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଂଚଳରେ ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳା ପାଖ ଗାଁ ମନ୍ଦିରରୁ ଜାଗର ଜାଳି ଘରକୁ ଫେରୁଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଦୁଇ ଜଣ ଯୁବକ ବଳ ପୂର୍ବକ ତାଙ୍କୁ ରାସ୍ତାରୁ ଉଠାଇ ନେଇଥିଲେ ନିକଟସ୍ଥ କ୍ଷେତକୁ । ସେଠାରେ ସେମାନେ ତାଙ୍କ ମୁହଁରେ କପଡ଼ା ବାନ୍ଧି ଏଭଳି ପାଶବିକ ଅତ୍ୟାଚାର କରିଥିବା ଏବଂ ଦୁଷ୍କର୍ମ ପରେ ଘଟଣାସ୍ଥଳରେ ଛାଡି ଚାଲିଯାଇଥିବା ମହିଳାଙ୍କ ପରିବାର ଲୋକେ ଭଣ୍ଡାରୀପୋଖରୀ ଥାନାରେ ଏତଲା କରିଛନ୍ତି । ଏତଲାକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତି କରାଯାଇଛି ।