ଗଞ୍ଜାମ- ଗତକାଲି ମହାଶିବରାତ୍ରୀ ଅବସରରେ ମନ୍ଦିରରେ ଦୀପ ଲଗାଉଥିବା ବେଳେ ଦୀପ ନିଆଁରେ ପୋଡ଼ି ହୋଇ ଗୁରୁତର ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ସମ୍ପ୍ରତି ସେ କଟକ ବଡ଼ ମେଡ଼ିକାଲର ବର୍ଣ୍ଣ ୟୁନିଟରେ ଚିକିତ୍ସାଧିନ ଅଛନ୍ତି । ଗତକାଲି ହୁମା ପୋଲିସ ଫାଣ୍ଡି ଅନ୍ତର୍ଗତ ଝାଡ଼କୁଦା ଗ୍ରାମ ନିକଟରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରରେ ସେ ଦୀପ ଲଗାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ପ୍ରଥମେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଆହତ ମହିଳାଙ୍କ ନାମ ଇ. ସରସ୍ୱତୀ ବୋଲି ଜଣାପଡିଛି ।
Related Stories
November 23, 2024