● ଶବ୍ଦ ପ୍ରଦୂଷଣକୁ ଦେବେ ସମ୍ମାନ, ବାଜିବ ଲୁପ୍ତ ପ୍ରାୟ ପାରମ୍ପରିକ ତାସା ଓ ଭାଙ୍ଗଡା ବାଦ୍ୟ
● ଚାନ୍ଦିର ତାରକସି ମୁକୁଟ ପିନ୍ଧିବେ ଦେବୀ
● ମୀନାବଜାର ହେବ ମୁଖ୍ୟ ଆକର୍ଷଣ
● ମଣ୍ଡପରେ ପୂଜା ପାଅାନ୍ତି ଶାଳଗ୍ରାମ
ବାଲେଶ୍ୱର :(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବାଲେଶ୍ୱର ଏକ ଐତିହ୍ୟ ଓ ଇତିହାସ ସମୃଦ୍ଧ ସହର। ଭିନ୍ନ ଭିନ୍ନ ଧର୍ମାବଲମ୍ବୀ ଲୋକେ ଏଠାରେ ବେଶ୍ ଶାନ୍ତିପୂର୍ଣ୍ଣ ଭାବରେ ବସବାସ କରି ସହରକୁ ଦେଇଛନ୍ତି ଭାଇଚାରାର ପ୍ରସିଦ୍ଧି। ସମ୍ପ୍ରତି ଦୁର୍ଗା ପୂଜା ନିକଟତର ହେଉଥିବା ବେଳେ ସହରର ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଯାଇଛି ମେଢ ଓ ତୋରଣର ସଜବାଜ। ସହରର ନୂଅା ବଜାରରେ ଅାୟୋଜିତ ହୋଇ ଅାସୁଥିବା ମା’ ଜଗତଜନନୀ ଦୁର୍ଗାଙ୍କ ଶରତକାଳୀନ ପୂଜାର ରହିଛି ଏକ ବିଶେଷ ଅାଦର। ନୂଅାବଜାରର ବ୍ୟବସାୟୀମାନେ ଗଢିଥିବା ମହାସଂଘ ପକ୍ଷରୁ ଅାୟୋଜିତ ହୁଏ ଏହି ପୂଜା।
ଏହି ପୂଜାରେ ପ୍ରତି ବର୍ଷ କିଛି ନୂଅା ରୂପରେ ମଣ୍ଡପକୁ ସୁସଜ୍ଜିତ କରାଯାଇଥାଏ। ଚଳିତ ବର୍ଷ ମା’ଙ୍କର ୮୪ତମ ପୂଜା ଅାୟୋଜିତ ହେବାକୁ ଯାଉଥିବାରୁ କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ବାରି ହେଇ ଉଠୁଛି ଆଗ୍ରହ ଓ ଉତ୍କଣ୍ଠା ।
ଅତୀତକୁ ଫେରିଲେ, ସେତେବେଳେ କାଁଭାଁ କେତୋଟି ଘରୋଇ ଦୁର୍ଗା ପୂଜାକୁ ଛାଡ଼ଦେଲେ ବାଲେଶ୍ୱର ସହରରେ ସାର୍ବଜନୀନ ଦୁର୍ଗାପୂଜା କେବଳ ରେଳ ଷ୍ଟେସନରେ ହିଁ ହେଉଥିଲା। ତେଣୁ ଦିନେ ତିନି ବଙ୍ଗୀୟ ଯୁବକ ମଧୁସୂଦନ ରାୟ ଚାରୁଚନ୍ଦ୍ର ରାୟ ମହାଶୟ ଏବଂ ଡ. ମନମୋହନ ଚାଟାର୍ଜୀ ବାଲେଶ୍ୱରର ନୂଅାବଜାରରେ ସାର୍ବଜନୀନ ଦୁର୍ଗାପୂଜା କରିବା ପାଇଁ ନିଷ୍ପତ୍ତି ନେଲେ। ଏହା ଥିଲା ୧୯୩୫ ମସିହାର କଥା।
ଅାରମ୍ଭ ହେଲା ନୂଅା ବଜାରର ସାର୍ବଜନୀନ ଦୁର୍ଗାପୂଜା ପୂଜା। ଅାରମ୍ଭ ହେବାର କିଛି ବର୍ଷ ପରେ ବଜାର ମଧ୍ୟରେ ସାର୍ବଜନୀନ ପୂଜା ମଣ୍ଡପ ତିଅାରି କରାଯାଇ ସେଠାରେ ପୂଜା ହେଲା। ଅାଗରୁ ପୂଜା ମଣ୍ଡପ ଦକ୍ଷିଣ ମୁଖ ଥିଲା ଏବଂ ପରେ ଏହାକୁ ପୂର୍ବ ମୁଖ କରାଗଲା। ଦୁର୍ଗା ପୂଜାରେ ମନୋରଂଜନ ପାଇଁ ନୂଅା ବଜାରରେ ଯାତ୍ରାର ଅାୟୋଜନ କରାଯାଉଥିଲା। ଯାତ୍ରାରେ ଲାଇଟ୍ ପାଇଁ ପେଟ୍ରୋମାକ୍ସ ଓ ଲଣ୍ଠନ ବ୍ୟବହୃତ ହେଉଥାଏ ସେତେବେଳେ। ମାତ୍ର ସ୍ବଳ୍ପ କେତେ ଶହ ଟଙ୍କାର ବଜେଟରେ ଅାରମ୍ଭ ହୋଇଥିବା ପୂଜା ଅାଜି ୧୨ ଲକ୍ଷ ଟଙ୍କାରେ ପହଞ୍ଚିପାରିଛି।
ଇତିମଧ୍ୟରେ ୮୪ ବର୍ଷରେ ପଦାର୍ପଣ କରିଛି ନୂଅାବଜାର ଦୁର୍ଗାପୂଜା । ଚଳିତ ବର୍ଷ ଠାରୁ ତାରକସି ଚାନ୍ଦି ମୁକୁଟରେ ଦେବୀଙ୍କୁ ସଜେଇବେ ବୋଲି ଜଣା ପଡିଛି। ପୂଜା କମିଟିର ପରିଚାଳନା ଦାୟିତ୍ୱକୁ ପରବର୍ତ୍ତୀ ସମୟରେ ସ୍ବର୍ଗତ କାଳିପଦ ଭଟ୍ଟାଚାର୍ଯ୍ୟ ଏବଂ ରତନ ଦାସ ନିଜ କାନ୍ଧକୁ ଅାଣିଲେ କମିଟିର ପରବର୍ତ୍ତୀ ଦାୟାଦମାନେ ମଧ୍ୟ ବିନା ଦ୍ୱିଧାରେ ନିଜର ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇ ଅାସୁଛନ୍ତି। ବର୍ତ୍ତମାନ ନୂଅା ବଜାର ବ୍ୟବସାୟୀ ମହାସଂଘ ଦୁର୍ଗାପୂଜାର ପରିଚାଳନା କମଟିର ସଭାପତି ଅଛନ୍ତି ଡାକ୍ତର ଶାନ୍ତନୁ ଦାସ ଏବଂ
ସାଧାରଣ ସମ୍ପାଦକର ଦାୟିତ୍ୱ ତୁଲାଉଛନ୍ତି ଶୁଭେନ୍ଦୁ ଦାସ।
ପୂଜା ପାଇଁ ବ୍ୟୟ ସଭ୍ୟଙ୍କ ଚାନ୍ଦା ସହିତ ନୂଅା ବଜାରର ଦୋକାନୀମାନଙ୍କ ଠାରୁ ଅାଦାୟ ଉପରେ ନିର୍ଭର କରେ। ପ୍ରାୟ ୧ହଜାରରୁ ଅଧିକ ଦୋକାନୀ ଚାନ୍ଦା ଦିଅନ୍ତି। ହିନ୍ଦୁ, ମୁସଲମାନ ଅବା ଖ୍ରୀଷ୍ଟିଅାନ, ସମସ୍ତେ ପୂଜା ପାଇଁ ଚାନ୍ଦା ଦିଅନ୍ତି ଏବଂ ପୂଜା ଉତ୍ସବରେ ସାମିଲ ହୁଅନ୍ତି।
ନୂଅାବଜାର ପୂଜାର ବିଶେଷତ୍ୱ ହେଉଛି, ଏଠାରେ ମା’ଙ୍କ ଠାରେ ଯିଏ ଯାହା ବି ମାନସିକ କରେ, ତାହା ପୂରଣ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି। ତେଣୁ ମହା ଅଷ୍ଟମୀ ଦିନ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ। ପାଖାପାଖି ୮ଶହରୁ ଅଧିକ ଡଲା ପୂଜା ହେବାକୁ ଅାସେ। ବହୁ ଦୂର ଦୂରାନ୍ତରରୁ ଭକ୍ତମାନେ ଏଠାକୁ ପୂଜା କରିବାକୁ ଅାସନ୍ତି।
ଏ ପୂଜାର ଅନ୍ୟ ଏକ ବିଶେଷତ୍ୱ ହେଉଛି, ଏଠିକାର ପୂଜା ମଣ୍ଡପରେ ଅାବାହନ କାଳରୁ ମା’ ଦୁର୍ଗାଙ୍କ ସହିତ ଶ୍ରୀ ଶ୍ରୀ ରଘୁନାଥ ଶାଳଗ୍ରାମ ଭାବରେ ପୂଜା ମଣ୍ଡପରେ ପୂଜା ପାଅାନ୍ତି। ପୂଜା ମଣ୍ଡପରେ ମା’ଙ୍କୁ ଲକ୍ଷାଧିକ ଟଙ୍କାର ଗହଣାରେ ସୁସଜ୍ଜିତ କରାଯାଏ। ଚଳିତ ବର୍ଷ କମିଟି ପକ୍ଷରୁ ମା’ଙ୍କ ସମେତ ସମସ୍ତ ପାର୍ଶ୍ଵ ଦେବାଦେବୀଙ୍କର ରୂପାର ତାରକସି ମୁକୁଟ ତିଅାରି ପାଇଁ ଯୋଜନା ରଖାଯାଇଛି ବୋଲି ସାଧାରଣ ସମ୍ପାଦକ ଶୁଭେନ୍ଦୁ ଦାସ ‘ଇଣ୍ଡୋକଳିଙ୍ଗଟାଇମ୍ସ’କୁ କହିଛନ୍ତି।
ଶ୍ରୀଦାସ ଆହୁରି କହିଲେ, ଏଠିକାର ମୂର୍ତ୍ତି ଆରମ୍ଭରୁ ଏଯାବତ ବଙ୍ଗୀୟ ଶୈଳୀରେ ବଙ୍ଗୀୟ ମୂର୍ତ୍ତିଶିଳ୍ପୀଙ୍କ ଦ୍ଵାରା ହିଁ ତିଅାରି କରାଯାଏ। ଚଳିତ ବର୍ଷର ମୂର୍ତ୍ତି ନିରଂଜନ ଶାହା ତିଅାରି କରୁଛନ୍ତି। ଏ ବର୍ଷ ଅାକର୍ଷଣୀୟ ତୋରଣ ତିଅାରି ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଛି।
ନୂଅା ବଜାର ପୂଜା ମଣ୍ଡପରେ ମନୋରଂଜନ ପାଇଁ ପ୍ରତି ବର୍ଷ ମୀନା ବଜାର ଅାସେ। ଯାହା କି ବାଲେଶ୍ଵରର ଅନ୍ୟ କୌଣସି ମଣ୍ଡପରେ ଦେଖାଯାଏ ନାହିଁ। ଏ ବର୍ଷ ମଧ୍ୟ କମିଟି ପକ୍ଷରୁ ମୀନା ବଜାରର ଅାୟୋଜନ କରାଯାଉଛି ବୋଲି କମିଟି ସୂତ୍ରରୁ ପ୍ରକାଶ। ନବମୀ ଦିନ ପ୍ରାୟ ୫ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ପୂଜା ପାଇଁ ଘଟ ଝାଡ଼େଶ୍ୱର ପୋଖରୀରୁ ଉଠାଯାଏ ମୂର୍ତ୍ତି ବିସର୍ଜନ
ନୁଣିଅାଯୋଡ଼ିରେ ହୁଏ ଦଶହରା ଦିନ ସିନ୍ଦୂର ଖେଳ ମଧ୍ୟହୁଏ ନୂଅା ବଜାରର ଅଞ୍ଚଳର ଝିଅ ବୋହୂମାନେ ମହା ଅାନନ୍ଦରେ ସିନ୍ଦୂର ଖେଳ ଖେଳନ୍ତି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶବ୍ଦ ପ୍ରଦୂଷଣ ପ୍ରତି ନୂଆବଜାର ପୂଜା କମିଟି ଆରମ୍ଭରୁ ସମ୍ମାନ ଦେଇ ଆସିଥିବା ବେଳେ ଚଳିତ ବର୍ଷ ଡିଜେକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇ କେବଳ ଲୁପ୍ତପ୍ରାୟ ପାରମ୍ପରିକ ବାଦ୍ୟ ପାଇଁ ଉପକ୍ରମ କରାଯାଇଛି। ପଞ୍ଜାବୀ ଭାଙ୍ଗଡା ଓ ତାସା ଭଳି ପାରମ୍ପରିକ ବାଜା ବ୍ୟବସ୍ଥା କରାଯିବ।
ବାଲେଶ୍ଵର ର ସମସ୍ତ ପୂଜା କମିଟି ଶବ୍ଦ ପ୍ରଦୂଷଣ ପ୍ରତି ସଚେତନ ହେଲେ ପୂଜା ପରିବେଶ ଭଲ ହେଇ ଉଠିବ ବୋଲି ସାଧାରଣରେ ଆଲୋଚନା ହେଉଛି।