-
ମହାଶିବରାତ୍ରୀ ଉପଲକ୍ଷେ ଲିଙ୍ଗରାଜ ମନ୍ଦିରରେ ନୀତିନିର୍ଘଂଟ
ଭୁବନେଶ୍ୱର – ମହା ଶିବରାତ୍ରୀ ଉତ୍ସବ ପାଳନ ଉପଲକ୍ଷେ ମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିନିର୍ଘଂଟ କରାଯାଇଛି । ନୀତି ଅନୁଯାୟୀ ମହାଶିବରାତ୍ରୀ ପ୍ରାତଃ ୩.୦୦ ରୁ ୩.୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ହେବ । ସେହିପରି ଭୋର୍ ୩.୩୦ରୁ ଦିନ ୧୧.୦୦ ପର୍ଯ୍ୟନ୍ତ ସାହାଣମେଳା ଦର୍ଶନ ଅନୁଷ୍ଠିତ ହେବ । ଏହାସହ ରୋଷହୋମ ସକାଳ ୬.୩୦ରେ, ଛାମୁ ପରିଷ୍କାର ପୂର୍ବାହ୍ନ ୧୧ଟା ଠାରୁ ୧୨ଟା ପର୍ଯ୍ୟନ୍ତ, ମହାସ୍ନାନ ଓ ବେଶ ୧୨.୦୦ରୁ ୧୨.୪୫, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଜୀଉଙ୍କ ଠାକୁରାଣୀ ବଲ୍ଲଭ ଓ ସକାଳଧୂପ ଅପରାହ୍ନ ୧୨.୪୫ରୁ ୨.୩୦ ମଧ୍ୟରେ ହେବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରୀଙ୍କ ସକାଳ ଧୂପ ୨.୩୦ ଠାରୁ ୨.୪୫, ଭୋଗମଣ୍ଡପ ଅପରାହ୍ନ ୨.୪୫ ଠାରୁ ୩.୪୫, ସାହାଣମେଲା ଦର୍ଶନ ଅପରାହ୍ନ ୩.୪୫ ଠାରୁ ୪.୪୫, ଛାମୁ ପରିଷ୍କାର ଅପରାହ୍ନ ୪.୪୫ରୁ ୪.୧୫ ମଧ୍ୟରେ, ଶ୍ରୀଜୀଉଙ୍କ ବେଶ ଅପରାହ୍ନ ୫.୧୫ ଠାରୁ ୫.୪୫, ବୀରକିଶେରୀ ବଲ୍ଲଭ, ଦ୍ୱିପ୍ରହର ଧୂପ ଓ ଭୁବନେଶ୍ୱରୀଙ୍କ ଦ୍ୱିପହର ଧୂପ ଅପରାହ୍ନ ୪.୪୫ ଠାରୁ ୭.୦୦, ଶ୍ରୀଜୀଉଙ୍କ ପହୁଡ଼ ସନ୍ଧ୍ୟା ୭.୦୦ରୁ ୭.୧୦, ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତୀ ଓ ଟେରାଫିଟା ସନ୍ଧ୍ୟ ୭.୧୦ ଠାରୁ ୭.୩୦, ଶ୍ରୀଜୀଉଙ୍କ ମାଜଣା ଓ ବେଶ ସନ୍ଧ୍ୟା ୭.୩୦ରୁ ୮.୧୦, ଶ୍ରୀଜୀଉଙ୍କ ଯାତ୍ରା ପୂଜା ଓ ବେଢ଼ା ରାତ୍ରୀ ୮.୧୦ରୁ ୮.୫୫, ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ଓ ତୀର୍ଥ ଜଳ ଆନୟନ ୮.୫୫ ଠାରୁ ୧୦.୦୦, ମହାଦୀପ ଦର୍ଶନ ରାତ୍ରୀ ୧୦.୦୦ ଟା, ସାହାଣମେଲା ଦର୍ଶନ ରାତ୍ର ୧୦.୦୦ ଠାରୁ ୧୧.୦୦, ଭୁବନେଶ୍ୱରୀଙ୍କ ସନ୍ଧ୍ୟାଧୂପ ଓ ପୂଜା, ଶ୍ରୀଜୀଉଙ୍କ ଛାମୁ ପରିଷ୍କାର ରାତ୍ରୀ ୧୧.୦୦ ଠାରୁ ୧୧.୩୦, ଚାରିପ୍ରହର ପୂଜା ରାତ୍ରୀ ୧୧.୩୦ ଠାରୁ ୩.୩୦, ହରିହର ଭେଟ ଭୋର ୩.୩୦ରୁ ୪.୩୦ ଓ ବଡ଼ସିଂହାର ଓ ପହୁଡ଼ ଭୋର ୪.୩୦ ଠାରୁ ୫.୧୫ ମଧ୍ୟରେ ହେବାର ନୀତିନିଘଂଟ ହୋଇଛି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।