-
ଜିଲ୍ଲା ସଭାପତି ତାଲିକାରେ ମନ୍ତ୍ରୀ, ବିଧାୟକ ସମେତ ପୂର୍ବତନ ମନ୍ତ୍ରୀ ଓ ବିଧାୟକ ସାମିଲ
ଭୁବନେଶ୍ୱର- ଶୁକ୍ରବାର ଦିନ ବିଜେଡିର ନୂଆ ଜିଲ୍ଲା ସଭାପତିଙ୍କ ନାଁ ଦଳ ପକ୍ଷରୁ ଘୋଷଣା କରା ଯାଇଛି । ରାଜ୍ୟର ୩୩ଟି ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରା ଯାଇଥିବାବେଳେ ଏଥିରେ ମନ୍ତ୍ରୀ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଓ ବିଧାୟକ ମଧ୍ୟ ରହିଛନ୍ତି । ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ଦ୍ୱାରା ଘୋଷଣା କରା ଯାଇଥିବା ଏହି ତାଲିକାରେ ୧୪ ଜଣ ପୁରୁଣା ମୁହଁ ରହିଥିବାବେଳେ ୧୯ ଜଣ ନୂଆ ମୁହଁ ରହିଛି ।
ମିଳିଥିବା ସୂଚନା ଅନୁସାରେ ବିଜେଡିର ଜିଲ୍ଲା ସଭାପତି ଭାବେ କେନ୍ଦୁଝର ପାଇଁ ମାଧବ ସର୍ଦ୍ଧାର, କୋରାପୁଟ ପାଇଁ ଈଶ୍ୱର ପାଣିଗ୍ରାହୀ, ମାଲକାନଗିରି ପାଇଁ ପୂର୍ଣ୍ଣଚନ୍ଦ୍ର ବାକା, ମୟୂରଭଞ୍ଜ ପାଇଁ କାଶୀନାଥ ହେମ୍ବ୍ରମ, ନବରଙ୍ଗପୁର ପାଇଁ ରମେଶ ଚନ୍ଦ୍ର ମାଝୀ, ନୟାଗଡ଼ ପାଇଁ ରମେଶ ବେହେରା, ନୂଆପଡ଼ା ପାଇଁ ମନୋଜ ମିଶ୍ର, ରାୟଗଡ଼ା ପାଇଁ ସୁଧୀର ଦାସ, ସୁବର୍ଣ୍ଣପୁର ପାଇଁ ସରୋଜ କମ୍ପ ଏବଂ ସୁନ୍ଦରଗଡ଼ ପାଇଁ ବିନୟ ଟପ୍ପୋ ର୍ନିବାଚିତ ହୋଇଛନ୍ତି ।
ସେହିପରି ବିଜେଡିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପାଇଁ ଅନନ୍ତ ନାରାୟଣ ଜେନା, କଟକ ପାଇଁ ଦେବାଶିଷ ସାମନ୍ତରାୟ, ଗଞ୍ଜାମ ପାଇଁ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଖୋର୍ଦ୍ଧା ପାଇଁ ବିଭୂତି ଭୂଷଣ ବଳବନ୍ତରାୟ, ମୟୂରଭଞ୍ଜ ସଦର ପାଇଁ ସୁଦାମ ମାରାଣ୍ଡି, ପୁରୀ ପାଇଁ ମହେଶ୍ୱର ମହାନ୍ତି, ରାଉରକେଲା ପାଇଁ ସାରଦା ପ୍ରସାଦ ନାୟକ ଏବଂ ସମ୍ବଲପୁର ପାଇଁ ର୍ସିଦ୍ଧାଥ ଦାସଙ୍କ ନାଁକୁ ଘୋଷଣା କରାଯାଇଛି ।
ଅନୁରୂପ ଭାବେ ବଲାଙ୍ଗିର ପାଇଁ ମନ୍ତ୍ରୀ ଟୁକୁନି ସାହୁ, ଅନୁଗୁଳ ପାଇଁ ମହେନ୍ଦ୍ର ବସ୍ତିଆ, ବାଲେଶ୍ୱର ପାଇଁ ରବୀନ୍ଦ୍ର କୁମାର ଜେନା, ବରଗଡ଼ ପାଇଁ ବିଜୟ ରଞ୍ଜନ ସିଂ ବରିହା, ଭଦ୍ରକ ପାଇଁ ଜଗନ୍ନାଥ ସ୍ୱାଇଁ, ବୌଦ୍ଧ ପାଇଁ ମହିଧର ରଣା, ଦେବଗଡ଼ ପାଇଁ ରୋମାଞ୍ଚ ରଂଜନ ବିଶ୍ୱାଳ, ଢେଙ୍କାନାଳ ପାଇଁ ପ୍ରଫୁଲ୍ଲ ମଲ୍ଲିକ, ଗଜପତି ପାଇଁ ପ୍ରଦୀପ ନାୟକ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, ଯାଜପୁର ପାଇଁ ସରୋଜ ମହାପାତ୍ର, ଝାରସୁଗୁଡ଼ା ପାଇଁ କିଶୋର ମହାନ୍ତି, କଳାହାଣ୍ଡି ପାଇଁ ପୁଷ୍ପେନ୍ଦ୍ର ସିଂଦେଓ, କେନ୍ଦ୍ରାପଡ଼ା ପାଇଁ ଉକ୍ରଳ କେଶରୀ ପରିଡ଼ା ଏବଂ କନ୍ଧମାଳ ପାଇଁ ସରୋଜ କୁମାର କର୍ଣ୍ଣଙ୍କୁ ଦାୟିତ୍ୱ ଦିଆଯାଇଥିବା ଦଳ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରା ଯାଇଛି ।