ଗଞ୍ଜାମ- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଂଚଳରେ ହାତୀ ପଲଙ୍କ ଦୌରାତ୍ମ୍ୟକୁ ନେଇ ସାଧାରଣରେ ଭୟ ଓ ଆତଙ୍କର ବାତାବାରଣ ସୃଷ୍ଟି ହୋଇଛି । ସଞ୍ଜ ନଇଁଲେ ଲୋକେ ଘରୁ ପଦାକୁ ବାହାରିବାକୁ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ସଞ୍ଜ ବୁଡ଼ିଲେ ହାତୀପଲ ଧାନ ଓ ପନିପରିବା ଫସଲ ଖାଇବାକୁ ଗ୍ରାମାଭିମୁଖୀ ହେଉଛନ୍ତି । ଏହି ପଲରେ ମୋଟ୍ ୮ଟି ହାତୀ ରହିଛନ୍ତି । ତନ୍ମଧ୍ୟରେ ୩ଟି ଛୁଆ ହାତୀ ରହିଛନ୍ତି । ଏହି ହାତୀ ପଲ ଦିନତମାମ ଗେରେଡ଼ା ଜଙ୍ଗଲରେ ଲୁଚି ରହୁଛନ୍ତି । ସଂନ୍ଧ୍ୟା ଗଡ଼ିଲେ ବିଶେଷ କରି ଗେରେଡ଼ା, କେପିଟି, ଦୁବ, ଭାଲୁ ମୁଣ୍ଡିଆ, ବଣିଆପଲ୍ଲୀ ଅଂଚଳରେ ଚଳପ୍ରଚଳ କରୁଛନ୍ତି । କ୍ଷେତରେ ପଶି ଫସଲ ଖାଇବା ସହ ଦଳିଚକଟି ବ୍ୟାପକ ପନିପରିବା ଫସଲ ନଷ୍ଟ କରୁଛନ୍ତି । ସମୟେ ସମୟେ ଗାଁ ଭିତରେ ପଶି ଆତଙ୍କରାଜ ସୃଷ୍ଟି କରୁଛନ୍ତି । ତୁରନ୍ତ ଜଙ୍ଗଲ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଂଚଳରୁ ହାତୀ ଘଉଡ଼ାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ଏହାର ପ୍ରତିବାଦରେ ସେମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।
Related Stories
November 23, 2024