ଭୁବନେଶ୍ୱର- ରାଜ୍ୟ ସରକାରଙ୍କ କୃଷି , ଶିଳ୍ପ ଓ ସେବାଭିମୁଖୀ ନୀତି ଓ ପଦକ୍ଷେପ ଯୋଗୁଁ ରାଜ୍ୟର ସାମଗ୍ରିକ ଉପôାଦ ୨୦୧୯-୨୦ ମସିହାରେ ଅଗ୍ରୀମ ଆକଳନ ଅନୁଯାୟୀ ୫,୩୩,୮୨୨.୪୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୦୦-୦୧ ମସିହାରୁ ୨୦୧୯-୨୦ ମସିହା ମଧ୍ୟରେ ଘରୋଇ ଉପôାଦ ପ୍ରାୟ ୧୧ ଗୁଣା ବୃଦ୍ଧି ପାଇଛି । ରାଜ୍ୟର ଉନ୍ନୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ । ସେଥିପାଇଁ ରାଜ୍ୟବାସୀ ଏହାର ସୁଫଳ ପାଇପାରିବା ସହ ଦାରିଦ୍ର୍ୟ ଦୂରୀକରଣ ରେ ଏହା ସହାୟକ ହୋଇପାରିଛି ବୋଲି ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି ।
ଗୁରୁବାର ବିଧାନସଭାରେ ସଭ୍ୟ ମୋହନ ମାଝୀ , ବିଷ୍ଣୁ ସେଠୀ , ନରସିଂହ ମିଶ୍ର , ନିତ୍ୟାନନ୍ଦ ଗଣ୍ଡ ଓ ସୁରେଶ ରାଉତରାୟ ଆଣିଥିବା ମୁଲତବୀ ପ୍ରସ୍ତାବ ‘ଉକ୍ରଟ ଦାରିଦ୍ର୍ୟରେ ୭୦ ଲକ୍ଷ ପରିବାର , ୨୦ ବର୍ଷର ବିକାଶର ରୂପ ଏମିତି’ ର ଉତରରେ ମନ୍ତ୍ରୀ ଏହା କହିଥିଲେ ।
ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ଉତର ଚାଲିଥିବା ବେଳେ କହିବାକୁ ସୁଯୋଗ ଦିଆଯାଇନଥିବାରୁ ବିଜେପି ସଭ୍ୟ ମାନେ କକ୍ଷତ୍ୟାଗ କରିଥିଲେ ।
ସେହିପରି ଏହି ପ୍ରସଙ୍ଗରେ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଣି ଅମର ପ୍ରସାଦ ଶତପଥୀ , ପ୍ରଫୁଲ୍ଲ ସାମଲ , ଧ୍ରୁବ ଚରଣ ସାହୁ ଏବଂ ଅଶ୍ୱିନୀ ପାତ୍ର କହିଥିଲେ ଯେ ବିଜେଡି ସରକାର ସମୟରେ ବିକାଶର ଚିତ୍ର ବଢିବାରେ ଲାଗିଛି । ଅନାହାର ମୃତ୍ୟୁ ହୋଇନାହିଁ । ଖାଦ୍ୟ ଉପôାଦନ କ୍ଷେତ୍ରରେ ଓଡିଶା ବଳକା ରାଜ୍ୟ ହୋଇପାରିଛି । ଓଡିଶାର ବିକାଶ କରିବାପାଇଁ କେନ୍ଦ୍ରର ସହଯୋଗ ମିଳୁନାହିଁ । ଓଡିଶାକୁ ହକ୍ ଦିଆଯାଉନାହିଁ ।
ସେହିପରି ବିରୋଧୀ ଦଳ ସଦସ୍ୟମାନେ କହିଥିଲେ ଯେ ରାଜ୍ୟରେ ଦେଢ ଲକ୍ଷ ପଦବୀ ଖାଲି ପଡି ରହିଛି । ବେକାର ସମସ୍ୟା ଦୂର ହେଉନାହିଁ । ନିର୍ବାଚନରେ ଭୋଟ୍ କୁ ଦୃଷ୍ଟିରେ ରଖି ଯୋଜନା ନହେଉ । ଉପାର୍ଜନ ଭିତିକ ସ୍ଥାୟୀ ଯୋଜନା ହେଉ । ୧ କୋଟିରୁ ଉଦ୍ଧ୍ୱର୍ ଲୋକ ଦାରିଦ୍ୟ୍ର ସୀମା ତଳେ ଅଛନ୍ତି । ଶିକ୍ଷା , ସ୍ୱାସ୍ଥ୍ୟ , କୃଷି ଓ ଜଳସେଚନ ଉପରେ ଆବଶ୍ୟକ ଦୃଷ୍ଟି ଦିଆଯାଉନାହିଁ । ଶିଳ୍ପ ଗୁଡିକ ବନ୍ଦ ହେବାରୁ ବେକାରୀ ବଢୁଛି ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଥିଲା । ପ୍ରତି ନାଗରିକର ବଂଚିବାର ଅଧିକାର ରହିଛି । ସର୍ବନିମ୍ନ ରୋଜଗାର ଯୋଗାଇଦେବାରେ ମଧ୍ୟ ସରକାର ବିଫଳ । ୨୦ ବର୍ଷ ଶାସନରେ ବହୁ ଯୋଜନା କରିଛନ୍ତି ମାତ୍ର ତାର ସୁଫଳ ପାଇପାରୁନାହାନ୍ତି ରାଜ୍ୟବାସୀ । ଓଡିଶାରେ ଦାରିଦ୍ୟ୍ର କରୋନା ଭାଇରସ୍ ଭଳି ବ୍ୟାପିଛି । ମନ୍ତ୍ରୀ ଯାହା ତଥ୍ୟ ଦେଇଛନ୍ତି ତାହା ନୈରାଶ୍ୟଜନକ । ଦାଦନ ବଢି ଚାଲିଛି । ଓଡିଶାରେ ମୁଣ୍ଡପିଛା ଆୟ କମ୍ ରହିଛି । ଦାରିଦ୍ର୍ୟ ଦୂରିକରଣ ପାଇଁ ଏକ ସୁଚିନ୍ତିତ ଯୋଜନା କରାଯାଉ ବୋଲି ବିରୋଧୀ ଦଳ ସଭ୍ୟମାନେ ପରାମର୍ଶ ଦେଇଥିଲେ ।
ମନ୍ତ୍ରୀ ଭୁଲ୍ ତଥ୍ୟ ଦେଇ ନାହିଁ । ନୀତି ଆୟୋଗ ତଥ୍ୟ ଆଧାରରେ ସୂଚନା ଦେଇଛି । ରାଜ୍ୟ ସରକାରଙ୍କ ଯୋଜନା ଯୋଗୁଁ ଲୋକ ଉପକୃତ ହେଉଛନ୍ତି ଏବଂ ଦାରିଦ୍ୟ୍ର କମିଛି । ନୀତି ଆୟୋଗର ତଥ୍ୟ ଅନୁଯାୟୀ ୨୦୦୪-୦୫ ବର୍ଷରେ ରାଜ୍ୟରେ ଦାରିଦ୍ୟ୍ର ସୀମାରେଖା ତଳେ ବାସ କରୁଥିବା ସମୁଦାୟ ଜନସଂଖ୍ୟା ୨୨୧.୬୦ % ଥିବା ବେଳେ ତାହା ୨୦୧୧-୧୨ ରେ ୧୩୮.୫୩ ଲକ୍ଷକୁ ହ୍ରାସ ପାଇଛି । ଉକ୍ତ ସମୟ ମଧ୍ୟରେ ୮୩.୦୭ ଲକ୍ଷ ଜନସଂଖ୍ୟା ଦାରିଦ୍ୟ୍ର ସୀମାରେଖା ଉପରକୁ ଉଠିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।