ଗଞ୍ଜାମ- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଂଚଳରେ ହାତୀ ପଲଙ୍କ ଦୌରାତ୍ମ୍ୟକୁ ନେଇ ସାଧାରଣରେ ଭୟ ଓ ଆତଙ୍କର ବାତାବାରଣ ସୃଷ୍ଟି ହୋଇଛି । ସଞ୍ଜ ନଇଁଲେ ଲୋକେ ଘରୁ ପଦାକୁ ବାହାରିବାକୁ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ସଞ୍ଜ ବୁଡ଼ିଲେ ହାତୀପଲ ଧାନ ଓ ପନିପରିବା ଫସଲ ଖାଇବାକୁ ଗ୍ରାମାଭିମୁଖୀ ହେଉଛନ୍ତି । ଏହି ପଲରେ ମୋଟ୍ ୮ଟି ହାତୀ ରହିଛନ୍ତି । ତନ୍ମଧ୍ୟରେ ୩ଟି ଛୁଆ ହାତୀ ରହିଛନ୍ତି । ଏହି ହାତୀ ପଲ ଦିନତମାମ ଗେରେଡ଼ା ଜଙ୍ଗଲରେ ଲୁଚି ରହୁଛନ୍ତି । ସଂନ୍ଧ୍ୟା ଗଡ଼ିଲେ ବିଶେଷ କରି ଗେରେଡ଼ା, କେପିଟି, ଦୁବ, ଭାଲୁ ମୁଣ୍ଡିଆ, ବଣିଆପଲ୍ଲୀ ଅଂଚଳରେ ଚଳପ୍ରଚଳ କରୁଛନ୍ତି । ତୁରନ୍ତ ଜଙ୍ଗଲ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଂଚଳରୁ ହାତୀ ଘଉଡ଼ାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।
Related Stories
November 24, 2024
November 24, 2024