ଭୁବନେଶ୍ୱର – ବେକାରୀ ସମସ୍ୟା ନେଇ ନବୀନ ପଟ୍ଟନାୟକ ସରକାରଙ୍କ ବିଫଳତା ନେଇ ବିଜେପି ଯୁବ ମୋର୍ଚାର ରାଜ୍ୟବ୍ୟାପୀ ଆନ୍ଦୋଳନ ଆଜି ଅନୁଷ୍ଠିତ ହେବ । ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୋର୍ଚାର ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟ ସରକାର 20 ବର୍ଷ ଶାସନରେ ରହିଲା ପରେ ମଧ୍ୟ ଯୁବକ ମାନଙ୍କ ପାଇଁ କିଛି କରି ନାହାନ୍ତି । ତେଣୁ ଏହି ଆନ୍ଦୋଳନ କରାଯାଉଛି ବୋଲି ସେ କହିଛନ୍ତି ।