ଭୁବନେଶ୍ବର: ସ୍ୱଚ୍ଛତା ହିଁ ସେବା – ସ୍ୱଚ୍ଛତା ପକ୍ଷ୍ୟ-୨୦୧୯ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ପରିବେଶ ପ୍ରଦୂଷଣ ଓ ପ୍ଲାଷ୍ଟିକ ମୁକ୍ତ ରାଷ୍ଟ୍ର ଗଠନ ସମ୍ବନ୍ଧରେ ଆଲୋଚନାଚକ୍ର ହୋଇଯାଇଅଛି I ଏହି ଅବସରରେ ଯୋଗଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳପରିସର, ଟ୍ରେନ, ରେଳବାଇ କଲୋନୀ ଏବଂ ରେଳବାଇ କାର୍ଯ୍ୟାଳୟ ଗୁଡିକ ସହିତ ଅନ୍ୟାନ ରେଳବାଇ କାର୍ଯ୍ୟଶାଳା ଅଞ୍ଚଳ ମାନଙ୍କରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରିବା ସହିତ ରେଳଯାତ୍ରୀ, ଭେଣ୍ଡର, ରେଳବାଇ କାର୍ମଚାରୀ, ରେଳବ୍ୟବହାରକାରୀ ମାନେ ଯେପରି ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରିବେ ସେଥିପ୍ରତି ଉତ୍ସାହିତ କରିବାକୁ ବ୍ୟାପକ ପଦକ୍ଷେପ ନେବପ୍ରତି ଗୁରୁତ୍ୱାରୋପ କରିଥିଲେ I ପ୍ୟାକେଜିଙ୍ଗ ଗୁଡିକରେ ବ୍ୟବହୃତ ବହୁମାତ୍ରାର ପ୍ଲାଷ୍ଟିକ ବ୍ୟବହାର ସମ୍ବନ୍ଧରେ ପୁନଃବିଚାର ଏବଂ ପରିକଳ୍ପନା ର ଆବଶ୍ୟକତା ଅଛି I
ଏହି ଅବସରେ ଯୋଗଦାନ କରି ଓଡିଶା ପରିବେଶ ସମାଜର ସମ୍ପାଦକ ତଥା ଓଡିଶା ବିଜ୍ଞାନ ଓ ପରିବେଶ କଂଗ୍ରେସର ଆବାହକ ଡ଼. ଜୟକୃଷ୍ଣ ପଣିଗ୍ରାହୀ କହିଲେ ଯେ ଯେହେତୁ ପ୍ଲାଷ୍ଟିକ ଦ୍ରବ୍ୟ ପରିବେଶକୁ ପ୍ରଭାବିତ କରୁଛି ଏବଂ ଏହା ଆଦୌ ଅଧଃପତିତ ହୁଏନାହିଁ, ଏହାକୁ ପୁନଃସ୍ଚକ୍ର କରିବା କଠିନ ଅଟେ ଓ ଏହା ମଣିଷ ଶରିରପ୍ରତି ମଧ୍ୟ କ୍ଷତିକାରକ ତେଣୁ ସାଧାରଣ ଜନତାଙ୍କୁ ବ୍ୟାପକ ସଚେତନତା ମାଧ୍ୟମରେ ପ୍ରବର୍ତ୍ତାଇବାପାଇଁ ପଦକ୍ଷେପ ନିଆଯିବ ଦରକାର ଯାହା ଦ୍ୱାରା ପ୍ଲାଷ୍ଟିକ ର ଉପଯୋଗ କାମ ହେବ ସହିତ ଧୀରେ ଧୀରେ ଆମ ରାଷ୍ଟ୍ର ପ୍ଲାଷ୍ଟିକ ମୁକ୍ତ ହୋଇପାରିବ I ପୂର୍ବତଟ ରେଳପଥର ବିଭିନ୍ନ ବିଭାଗୀୟ ପ୍ରମୁଖ ଅଧିକାରୀମାନେ ଏହି ଅବସରରେ ଯୋଗଦେଇ ପ୍ଲାଷ୍ଟିକ ମୁକ୍ତ ପରିବେଶ ଉପରେ ଗୁରୁତ୍ୱାରୋପ କରିଥିଲେ I