-
ଅନୁଧ୍ୟାନ କରିବାକୁ ନଗର ଉନ୍ନୟନ ବିଭାଗକୁ ନିର୍ଦେଶ ଦେଲେ ବାଚସ୍ପତି
ଭୁବନେଶ୍ୱର- ଭୁବନେଶ୍ୱର ଓ କଟକ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ସର୍ବକ୍ଷମା ଯୋଜନାର ସମୟ ସୀମାକୁ ବଢାଇବାକୁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଦାବି କରିଛନ୍ତି । ଅନ୍ୟ ପକ୍ଷରେ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏ ସମ୍ପର୍କରେ
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଏହି ଯୋଜନା ସମ୍ପର୍କରେ ସାଧାରଣ ଲୋକ ମାନେ ଜାଣି ପାରୁ ନାହାନ୍ତି । ତେଣୁ ଏଥିରେ ଲୋକ ମାନେ ଆବେଦନ କରୁ ନାହାନ୍ତି । ସେ କହିଛନ୍ତି ଯେ ଏ ପ୍ରକାର ତିନି ଲକ୍ଷ ମାମଲା ଥିବା ବେଳେ ବର୍ତମାନ ସୁଦ୍ଧା କେବଳ ୧୦ ହଜାର ଆବେଦନ ଆସିଛି । ତେଣୁ ଲୋକ ମାନଙ୍କୁ ସେମାନଙ୍କର ନିର୍ମାଣକୁ ନିୟମିତ କରିବାକୁ ଏହି ଯୋଜନାର ସମୟସୀମା ବଢାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଏହା ପରେ ବାଚସ୍ପତି ଏ ସମ୍ପର୍କରେ ଅନୁଧ୍ୟାନ କରିବାକୁ ନଗର ଉନ୍ନୟନ ବିଭାଗକୁ ନିର୍ଦେଶ ଦେଇଥିଲେ । ଅନୁଧ୍ୟାନ କରିବାକୁ ନଗର ଉନ୍ନୟନ ବିଭାଗକୁ ନିର୍ଦେଶ ଦେଇଛନ୍ତି ।