ଭୁୁବନେଶ୍ୱର – ଏଯାବତ ସାସଂଦ ଆଂଚଳିକ ଉନ୍ନୟନ ପାଣ୍ଠିର ଅନୁମୋଦିତ ଅର୍ଥରୁ ୯୨.୩୭ ପ୍ରକିଶତ ଖର୍ଟ ହୋଇଛି ଓ ୧୩୮୪୧୧ ଗୋଟି କାର୍ଯ୍ୟ ସମ୍ପୂର୍ଣ ହୋଇଛି । ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତର ଦେଇ ଯୋଜନା, ସଂଯୋଜନା, ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ସାଂସଦ ଆଂଚଳିକ ପାଣ୍ଠି ଓ ବିଧାୟକ ଆଂଚଳିକ ଉନ୍ନୟନ ପାଣ୍ଠି ଅନ୍ତର୍ଗତ ମାର୍ଗଦର୍ଶିକା ଅନୁଯାୟୀ ଅନୁମୋଦିତ ମଂଜୁର ପ୍ରକଳ୍ପ ଗୁଡିକ ପଂଚାୟତ ସ୍ତରରେ ପିଆର ଓ ଡିଡବଲୁ ବିଭାଗ ଓ ମ୍ୟୁନିସିପାଲିଟିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ପ୍ରଚଳିତ ନିୟମ ଅନୁଯାୟୀ କାର୍ଯ୍ୟ କରା ଯାଏ ।
ସେ କହିଛନ୍ତି ଯେ ପୂର୍ବତନ ବିଧାୟକଙ୍କ ଆଂଚଳିକ ଉନ୍ନୟନ ପାଣ୍ଠିର ଅନୁମୋଦିତ ଅର୍ଥରୁ ୮୪.୦୪ ପ୍ରତିଶତ ଖର୍ଚ ହୋଇଛି ଓ ୨୭୭୯୪୫ଟି କାମ ସମ୍ପୂର୍ଣ ହୋଇଛି । ସାଂସଦ ଆଂଚଳିକ ଉନ୍ନୟନ ପାଣ୍ଠି ଓ ବିଧାୟକ ଆଂଚଳିକ ଉନ୍ନୟନ ପାଣ୍ଠିରେ ଯଥାକ୍ରମେ ୧୧୪୨ ଓ ୫୩୪୦ ଗୋଟି ପ୍ରକଳ୍ପ ଆଦୌ ଆରମ୍ଭ ହୋଇ ନାହିଁ ।