ଭୁବନେଶ୍ୱର– କଟକ ଜିଲ୍ଲାର ବାଙ୍କୀ ଠାରେ ହୋଇଥିବା ଡବଲ ମର୍ଡର ମାମଲାରେ କ୍ରାଇମ ବ୍ରାଂଚ ତଦନ୍ତ ଦାବି କରିଛି କଂଗ୍ରେସ ।
ଆଜି କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଅଭିଯୋଗ କରିିଛନ୍ତି ଯେ ଗତ ଫେବୃଆରୀ ୧୫ ତାରିଖ ଦିନ ନୂଆଗାଁର ସରପଂଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ରଣସିଂହଙ୍କ ହତ୍ୟା ମାମଲାରେ ବିଜେଡି ନେତା ଓ କର୍ମୀ ମାନଙ୍କର ହାତ ରହିଛି । ଏହି ମାମଲାର କ୍ରାଇମ ବ୍ରାଂଚ ତଦନ୍ତ କରା ଯାଉ ବୋଲି ସେ ଦାବି କରିଛନ୍ତି ।