ଭୁବନେଶ୍ୱର – ଆଉ ବଢିବନି ସର୍ବକ୍ଷମା ଯୋଜନା ଅବଧି । ଏହି ସୂଚନା ଦେଇଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
ସେ କହିଛନ୍ତି ଯେ ସର୍ବକ୍ଷମା ଯୋଜନାରେ ଆବେଦନ କରିବାକୁ ଯଥେଷ୍ଟ ସମୟ ଦିଆଯାଇଥିଲା । ପରେ ମଧ୍ୟ ୧୫ ଦିନ ସମୟସୀମା ବୃଦ୍ଧି କରାଯାଇଥିଲା । ଯେଉଁମାନଙ୍କର ଅସୁବିଧା ରହିଛି ସେମାନେ ଆବେଦନ କରି ଏହାର ସୁଯୋଗ ନେଇଛନ୍ତି । ଯେହେତୁ ଯଥେଷ୍ଟ ସମୟ ଦିଆଯାଇଥିଲା ତେଣୁ ଏହାକୁ ଆଉ ବୃଦ୍ଧି କରାଯିବ ନାହିଁ । ଯେଉଁମାନେ ଆବେଦନ କରିପାରିନାହାନ୍ତି ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।