ଗଞ୍ଜାମ- ଗଞ୍ଜାମ ଜିଲ୍ଲା ଶେରେଗଡ଼ ବ୍ଲକ ବ୍ରାହ୍ମଣଛାଇ ଗ୍ରାମପଂଚାୟତ ଅନ୍ତର୍ଗତ ଗୁଡ଼ିସର ଗ୍ରାମର ସୂର୍ଯ୍ୟ ବେହେରାଙ୍କ ୮ ବର୍ଷିୟା ଝିଅ ନନ୍ଦିନୀ ଦୁଃସାଧ୍ୟ ଚର୍ମରୋଗରେ ଆକ୍ରାନ୍ତ ହୋଇଥିବା ଖବର ପାଇ ଶେରେଗଡ଼ ବିଡ଼ିଓ ସୁରଞ୍ଜନ ସାହୁ ନନ୍ଦିନୀଙ୍କ ଘରେ ପହଂଚି ସରପଂଚ ସତ୍ୟ ନାରାୟଣ ପୃଷ୍ଟିଙ୍କ ଉପସ୍ଥିତିରେ ତାଙ୍କୁ ରେଡ଼କ୍ରସ୍ ପାଣ୍ଠିରୁ ୫୦୦୦ ଟଙ୍କା ଚିକିତ୍ସା ସହାୟତା ପ୍ରଦାନ କରିଛନ୍ତି । ଗତକାଲି ଆରବିଏସକେର ଏକ ଟିମ୍ ଗୁଡିସର ଗ୍ରାମରୁ ନନ୍ଦିନୀଙ୍କୁ ଚିକିତ୍ସା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଶିଶୁରୋଗ ବିଶେଷଜ୍ଞ, ଚର୍ମରୋଗ ବିଶେଷଜ୍ଞ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ଠାରୁ ବିଧିବଦ୍ଧ ଭାବେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି ।
ପ୍ରକାଶ ଥାଉକି, ନନ୍ଦିନୀ ଦୀର୍ଘ ଦିନ ହେଲା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ।