ଭଞ୍ଜନଗର – ଯାହାର ଶିକ୍ଷା ପାଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜ ଖ୍ୟାତି ସାରା ଓଡ଼ିଶାରେ ବୃଦ୍ଧି କରିଚାଲିଛନ୍ତି ସେହି ମହାନ ଗୁରୁ ବନମାଳୀ ମିଶ୍ର ଆଉ ନାହାନ୍ତି l ମଙ୍ଗଳବାର ସକାଳ 7ଟା 15ମିନିଟ ସମୟରେ ତାଙ୍କର ଭୁବନେଶ୍ୱର କେୟାର ହସ୍ପିଟାଲ ରେ ହୃଦଘାତ ଯୋଗୁଁ ଦେହାନ୍ତ ଘଟିଛି l ତାଙ୍କୁ 87 ବର୍ଷ ବୟସ ହୋଇଥିଲା l ସେ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ରେ 12ବର୍ଷ ରୁ ଉର୍ଧ୍ଵ ସମୟ ଧରି ଇଂରାଜୀ ଶିକ୍ଷକ ଭାବେ କାର୍ଯ୍ୟ କରିବା ସମୟରେ ବହୁ ଛାତ୍ର ଛାତ୍ରୀ ଶିକ୍ଷା ପାଇ ସୁନାମ ଅର୍ଜନ କରିଛନ୍ତି l ଏହାପରେ ସେ ଟିକାବାଲି ସ୍କୁଲ କୁ ବଦଳି ହୋଇ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ l ଏହା ପରେ ସ୍ବର୍ଗତ ମିଶ୍ର ଲଣ୍ଡେଇ ସାହି ବାସଭବନ ରେ ରହି ବହୁ ଅସହାୟ ଓ ଗରିବ ଲୋକଙ୍କୁ ସାହାଯ୍ୟ କରୁଥିଲେ l ଏଠାରେ ନିର୍ମିତ ବିଶାଳ ରାମ ମନ୍ଦିର ନିର୍ମାଣ ରେ ତାଙ୍କ ଯଥେଷ୍ଟ ଅବଦାନ ଥିଲା l ସେ କିଛି ବର୍ଷ ଏଠାରେ ସଭାପତି ଦାୟିତ୍ୱ ତୁଲାଇଥିଲେ l ତାଙ୍କ ବିୟୋଗରେ ପରିବାର, ବହୁ ବୁଦ୍ଧିଜିବି, ରଘୁନାଥ ସାଂସ୍କୃତିକ ପରିଷଦ, ଘୁମୁସର ଫୋଟଗ୍ରାଫି ସଙ୍ଘ ଓ ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି l
Related Stories
November 22, 2024